Advertisment

ଅଙ୍ଗନୱାଡି କର୍ମୀଙ୍କ ଦରମାକୁ ନେଇ ବିଜେଡି ଟାର୍ଗେଟରେ ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡି କର୍ମୀଙ୍କ ଦରମାକୁ ନେଇ ଆଜି ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ଅଙ୍ଗନୱାଡି କର୍ମୀଙ୍କୁ ଉଚିତ ପ୍ରାପ୍ୟ ଦେଉନି ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ଏହାର ଉତ୍ତର ରଖିଛି ବିଜେପି। ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ବିଜୁ କୃଷକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ। ଏଥିରେ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇ ୫ ଦଫା ଦାବି ଉପସ୍ଥାପନ କରିଥିଲେ। ଗ୍ରୀଷ୍ମକାଳୀନ ଛୁଟି, ଅବସର ଅବଧି ୬୦ରୁ ୬୨କୁ ବୃଦ୍ଧି ଓ ଅବସରକାଳୀନ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅଙ୍ଗନୱାଡି କର୍ମୀଙ୍କ ଦରମାକୁ ନେଇ ବିଜେଡି ଟାର୍ଗେଟରେ ବିଜେପି

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡି କର୍ମୀଙ୍କ ଦରମାକୁ ନେଇ ଆଜି ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ଅଙ୍ଗନୱାଡି କର୍ମୀଙ୍କୁ ଉଚିତ ପ୍ରାପ୍ୟ ଦେଉନି ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ଏହାର ଉତ୍ତର ରଖିଛି ବିଜେପି।

Advertisment

ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ବିଜୁ କୃଷକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ। ଏଥିରେ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇ ୫ ଦଫା ଦାବି ଉପସ୍ଥାପନ କରିଥିଲେ। ଗ୍ରୀଷ୍ମକାଳୀନ ଛୁଟି, ଅବସର ଅବଧି ୬୦ରୁ ୬୨କୁ ବୃଦ୍ଧି ଓ ଅବସରକାଳୀନ ଭତ୍ତା ବୃଦ୍ଧି ପାଇଁ ସାମ୍ମୁଖ୍ୟ ଦାବି ଉଠାଇଥିଲେ। ତେବେ ଅଙ୍ଗନୱାଡି କର୍ମୀଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ଓ ସମୟ ଅନୁସାରେ ସବୁ କରାଯିବ ବୋଲି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ।

ସେପଟେ ଅଙ୍ଗନୱାଡି କର୍ମୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ଟାର୍ଗେଟ କରିଛନ୍ତି ବିଜେଡି  ସାଂସଦ ସୁବାସ ସିଂ। ସେ କହିଛନ୍ତି, ଅଙ୍ଗନୱାଡି କର୍ମୀଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉ ଓ ଦରମା ସର୍ବନିମ୍ନ ୧୫ ହଜାର ଟଙ୍କା କରାଯାଉ। ଏ ସମ୍ପର୍କରେ ମୁଁ ସଂସଦରେ ଉଠାଇଥିଲି। ହେଲେ କେନ୍ଦ୍ର ସରକାର ଏଥିପ୍ରତି କାହିଁକି ଧ୍ୟାନ ଦେଉନାହାନ୍ତି? ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସହଭାଗୀତାରେ କର୍ମୀଙ୍କୁ ୭ହଜାର ୫ ଶହ ଟଙ୍କା ଦରମା ମିଳୁଛି। ଏଥିରେ ୬୦ ଭାଗ କେନ୍ଦ୍ରର ଓ ୪୦ ଭାଗ ରାଜ୍ୟର ରହିଛି। ଓଡ଼ିଶା ସରକାର ଅଙ୍ଗନୱାଡି କର୍ମୀଙ୍କୁ ଆଉ ୩ ହଜାର ଟଙ୍କା ଅଧିକ ଦେଉଛନ୍ତି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଭାଗ ନାହିଁ। କେନ୍ଦ୍ର ସରକାର ଅଙ୍ଗନୱାଡି କର୍ମୀଙ୍କୁ କୋଭିଡ୍‌ ଯୋଦ୍ଧା କହୁଛନ୍ତି, ମାତ୍ର ସେବାବଦକୁ ଟଙ୍କାଟିଏ ଦେଉନାହାନ୍ତି।”

Advertisment

ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଅଙ୍ଗନୱାଡି କର୍ମୀଙ୍କୁ କେନ୍ଦ୍ର ନୁହେଁ ବରଂ ରାଜ୍ୟ ଅବହେଳା କରୁଛି। କେନ୍ଦ୍ର ତା’ ଅର୍ଥ ବଢାଇଛି, ରାଜ୍ୟ କାହିଁକି ତା’ ଅର୍ଥ ବଢାଉନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ଏଥିସହ ରାଜ୍ୟ ସରକାର ତାଙ୍କୁ ଏକାଧିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସେ ବାବଦରେ ଅର୍ଥ କାହିଁକି ଦେଉନାହାଁନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କହିଛନ୍ତି।

ଅଧିକ ପଢ଼ନ୍ତୁ : ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ

ବିଜୁ କୃଷକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବିଜେଡି ବିଧାୟକ ପ୍ରମୀଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Odia News