Advertisment

ପ୍ରଦୀପଙ୍କୁ ‘ଜନବିରୋଧୀ’ ପ୍ରମାଣିତ କରାଇବାରେ ଫେଲ୍ ମାରିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଏକ କୋଟି ସଦସ୍ୟଙ୍କ ଦଳ ବିଜେଡି ନିଜର ଜଣେ ବିଧାୟକଙ୍କୁ ‘ଜନବିରୋଧୀ କାର୍ଯ୍ୟ’ରେ ଲିପ୍ତ ଥିବା ଦର୍ଶାଇ ବହିଷ୍କାର କରିବାର ୩ଦିନ ପରେ ‘ଜନବିରୋଧୀ’ର ପରିଭାଷା ଗଣମାଧ୍ୟମ ସମ୍ମୁଖରେ ରଖିଛି। ଓଡ଼ିଶା ରାଜନୀତିକ ଇତିହାସରେ ପ୍ରଥମଥର ପାଇଁ ‘ଜନବିରୋଧୀ’ ଅଭିଯୋଗ ଆଧାରରେ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଉଭୟ ‘ଜନବିରୋଧୀ’ର ହିସାବ ଦେବାକୁ ବିଜେଡିକୁ ଆହ୍ୱାନ ଦେଇଥିଲେ। ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଜେଡି […]

author-image
Tapas Behera
ଅଦ୍ୟତନ ହୋଇଛି
୨ ଦିନିଆ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

pradeep-panigrahi-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଏକ କୋଟି ସଦସ୍ୟଙ୍କ ଦଳ ବିଜେଡି ନିଜର ଜଣେ ବିଧାୟକଙ୍କୁ ‘ଜନବିରୋଧୀ କାର୍ଯ୍ୟ’ରେ ଲିପ୍ତ ଥିବା ଦର୍ଶାଇ ବହିଷ୍କାର କରିବାର ୩ଦିନ ପରେ ‘ଜନବିରୋଧୀ’ର ପରିଭାଷା ଗଣମାଧ୍ୟମ ସମ୍ମୁଖରେ ରଖିଛି। ଓଡ଼ିଶା ରାଜନୀତିକ ଇତିହାସରେ ପ୍ରଥମଥର ପାଇଁ ‘ଜନବିରୋଧୀ’ ଅଭିଯୋଗ ଆଧାରରେ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଉଭୟ ‘ଜନବିରୋଧୀ’ର ହିସାବ ଦେବାକୁ ବିଜେଡିକୁ ଆହ୍ୱାନ ଦେଇଥିଲେ।

Advertisment

ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଜେଡି ପକ୍ଷରୁ ଆଜି ‘ଜନବିରୋଧୀ’ର ସଂଜ୍ଞା ଦିଆଯାଇଛି। କିନ୍ତୁ ରାଜ୍ୟର ଏକନମ୍ବର ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ଆଜି ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ‘ଜନବିରୋଧୀ’ର ଗୋଟିଏ ବି ସିଧାସଳଖ  ଅଭିଯୋଗ ଆଣିବାରେ ସକ୍ଷମ ହୋଇନି। ଶ୍ରୀ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁଙ୍କ ବିରୁଦ୍ଧରେ ଆସିଥିବା ବିିଭିନ୍ନ ଅଭିଯୋଗରେ ତାଙ୍କୁ ଜବରଦସ୍ତି ଯୋଡ଼ି ‘ଜନବିରୋଧୀ’ ବୋଲି ଦର୍ଶାଇବାକୁ ପ୍ରୟାସ କରିଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିର ଏଭଳି ‘ଜନବିରୋଧୀ’ ପରିଭାଷା ହିଁ ଗୋଟିଏ ରାଜନୀତିକ ଦଳର ନୀତି ଓ ଚରିତ୍ରକୁ ପଦାରେ ପକାଇ ଦେଇଛି। ଆଉ ପ୍ରତିଶୋଧପରାୟଣ ମନୋଭାବ ପୋଷଣ କରି ବିଜେଡି କେଉଁସ୍ତରକୁ ଖସିପାରେ ତା’ର ପ୍ରମାଣ ମଧ୍ୟ ଦେଇଛି।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଦ୍ୱାରା ‘ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟ’ର ସଂଜ୍ଞାର ଏକ ଲମ୍ବା ତାଲିକା ଦିଆଯାଇ ଶ୍ରୀ ପାଣିଗ୍ରାହୀଙ୍କୁ ବ୍ୟକ୍ତିଗତ ଭର୍ତ୍ସନା କରାଯାଇଛି। କିନ୍ତୁ କୌଣସି ଗୋଟିଏ ଅଭିଯୋଗ ପ୍ରଦୀପଙ୍କ ବିରୁଦ୍ଧରେ ସିଧାସଳଖ ନାହିଁ। ଆଉ ଏହି ସମସ୍ତ ଅଭିଯୋଗ ଗତ କିଛିଦିନର ଓ ତାଙ୍କ ଭାବିଜ୍ୱାଇଁ ଆକାଶ ପାଠକଙ୍କ ସହ ଜଡ଼ିତ। ଆକାଶଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣ ହୋଇନି। ତା’ପୂର୍ବରୁ ଆକାଶଙ୍କ କାର୍ଯ୍ୟକଳାପ ପାଇଁ ବରିଷ୍ଠ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଜେଡି ପକ୍ଷରୁ ନୀତି ଓ ନୈତିକତାର ପାଠ ପଢ଼ାଇବାକୁ ଚେଷ୍ଟା ହୋଇଛି। ବିଜେଡି ଭାଷାରେ ଆକାଶ ଠକେଇ କରିଛନ୍ତି ଓ ତାଙ୍କୁ ଉଚିତ୍ ରାସ୍ତା ଦେଖାଇବାରେ ପିତାମାତାର କର୍ତ୍ତବ୍ୟ ସମ୍ପାଦନ କରିବାରେ ଶ୍ରୀ ପାଣିଗ୍ରାହୀ ବିଫଳ ହୋଇଛନ୍ତି। ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିବାବେଳେ ଶ୍ରୀ ପାଣିଗ୍ରାହୀ ନିଜ ପରିବାର ସହ ଦିଲ୍ଲୀରେ ତାରକା ହୋଟେଲରେ ମଉଜ କରୁଥିଲେ। ଆଉ ନିଜ ଭାବିଜ୍ୱାଇଁଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ହିଁ ଶ୍ରୀ ପାଣିଗ୍ରାହୀଙ୍କ ‘ଜନବିରୋଧୀ’ କାର୍ଯ୍ୟ ବୋଲି ବିଜେଡି କହିଛି।

Advertisment

ଅଧିକ ପଢନ୍ତୁ : ବିଜେଡି-ବିଜେପି ଉପରେ ବର୍ଷିଲେ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ନୈତିକତା ଦାୟିତ୍ୱ ମୁଣ୍ଡାଇବେ କି..

ଏବେ ପ୍ରଶ୍ନ ଉଠିଛି, ବିଜେଡି ଭଳି ଏକ ବୃହତ୍ ଆଂଚଳିକ ଦଳ ନିଜର ଜଣେ ବିଧାୟକଙ୍କୁ ବହିଷ୍କାର କରିବା ପାଇଁ ତରବରିଆ ଭାବେ ଯେଉଁ ଶବ୍ଦ ‘ଜନବିରୋଧୀ’କୁ ଉପଯୋଗ କରିଛି ତାକୁ ପ୍ରମାଣିତ କରିବା ଦଳ ନିମନ୍ତେ ବୁମେରାଂ ହେଉଛି କି?
୨୦୦୯ରୁ ଗୋପାଳପୁରର ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସିଧାସଳଖ ‘ଜନବିରୋଧୀ’ କାର୍ଯ୍ୟର ଗୋଟିଏ ବି ପ୍ରମାଣ କ’ଣ ବିଜେଡିକୁ ମିଳିଲା ନାହିଁ?

ଯଦି ଭାବିଜ୍ୱାଇଁ ଆକାଶ ପାଠକଙ୍କ ତଥାକଥିତ ଅଭିଯୋଗ ଆଧାରରେ ଶ୍ରୀ ପାଣିଗ୍ରାହୀଙ୍କ କାର୍ଯ୍ୟ ‘ଜନବିରୋଧୀ’ ଓ କରୋନା କାଳରେ ଦିଲ୍ଲୀରେ ପରିବାର ସହ ତାରକା ହୋଟେଲରେ ସମୟ ବିତାଇବା ‘ଜନବିରୋଧୀ’ ତା’ହେଲେ ଉପକୂଳ ଓଡ଼ିଶା ବିଶେଷକରି ପୁରୀ ଜିଲ୍ଲାରେ ବିଧ୍ୱଂସ୍ତକାରୀ ବାତ୍ୟା ‘ଫନି’ ବ୍ୟାପକ କ୍ଷୟକ୍ଷତିରେ ସାଧାରଣ ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖୋଜୁଥିବାବେଳେ ୨୦୧୯ ମେ’ ୨୯ତାରିଖରେ ବଡ଼ ଧୂମଧାମରେ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରର ଶପଥ ଗ୍ରହଣ ସମାରୋହ ଆୟୋଜନ କ’ଣ ବିଜେଡିକୁ ବ୍ୟଥିତ କରିନଥିଲା। ଗରିବଙ୍କ ଟଙ୍କାକୁ ଚିଟଫଣ୍ଡ ମାଧ୍ୟମରେ ଲୁଟ୍‌ କରି ଅୟସ କରିଥିବା ବିଜେଡି ନେତାମାନେ କ’ଣ ଜନବିରୋଧୀ ନୁହନ୍ତିକି ?
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୁଦ୍ଧରେ ନଦୀବନ୍ଧକୁ ଡିନାମାଇଟରେ ଉଡ଼ାଇ ଦେଇ କୃତ୍ରିମ ବନ୍ୟା କରିଥିବାର ଅଭିଯୋଗ ଆସିଥିବାବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବିରୁଦ୍ଧରେ ଗରିବ ଚାଷୀଙ୍କ ଟଙ୍କା ହଡ଼ପ, ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଗରିବ ଲୋକେ ରହୁଥିବା ସରକାରୀ ଜମିକୁ ହଡ଼ପ ସମେତ ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ, ନବ ଦାସ ଓ ସମୀର ଦାଶଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। କେବଳ ଏମାନେ ନୁହଁନ୍ତି ବିଜେଡିର ମାଳମାଳ ନେତାଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ଥିବାବେଳେ ବିଜେଡି ପାଇଁ ଏସବୁ ‘ଜନବିରୋଧୀ’ କାର୍ଯ୍ୟ ହୋଇନାହିଁ। ବିଜେଡିର ଏଭଳି ଦୋମୁହାଁ ଚରିତ୍ର ହିଁ ଦଳ ଏବେ ରାଜନୀତିକ ବ୍ୟକ୍ତିବିଶେଷ ନୁହଁନ୍ତି ବରଂ ଅନ୍ୟ କାହା ଇଙ୍ଗିତରେ ପରିଚାଳିତ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ।

BjD Bjd Leader Pradeep Panigrahi