ବିଜେଡି ଦେଶରେ ପ୍ରଥମ: ଦଳର ଆୟ ୯୦ କୋଟି, ବ୍ୟୟ ୧୮୬ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ଆୟକୁ ଦେଖି ବ୍ୟୟ । କିନ୍ତୁ ରାଜ୍ୟରେ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପାଇଁ ଏଭଳି କଥା ମୂଲ୍ୟହୀନ। ସେଇଥିପାଇଁ ତ ବିଜେଡି ଦେଶର ଏକମାତ୍ର ଆଂଚଳିକ ଦଳ ଯିଏକି ନିଜର ଆୟ ତୁଳନାରେ ୧୦୬% ଅଧିକ ବ୍ୟୟ କରିପାରିଛି। ଆଉ ପାଖାପାଖି ୯୬କୋଟି ଟଙ୍କା ଅଧିକ ବ୍ୟୟ କରିଥିବା ବିଜେଡି ଏହି ଅର୍ଥକୁ କେଉଁଠୁ ଭରଣା କରିବ ତାହା ଅସ୍ପଷ୍ଟ। ନ୍ୟାସନାଲ ଇଲେକ୍ସନ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ […]

bjd-odisha

bjd-odisha

Ordigital Desk
  • Published: Monday, 11 October 2021
  • Updated: 11 October 2021, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ଆୟକୁ ଦେଖି ବ୍ୟୟ । କିନ୍ତୁ ରାଜ୍ୟରେ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପାଇଁ ଏଭଳି କଥା ମୂଲ୍ୟହୀନ। ସେଇଥିପାଇଁ ତ ବିଜେଡି ଦେଶର ଏକମାତ୍ର ଆଂଚଳିକ ଦଳ ଯିଏକି ନିଜର ଆୟ ତୁଳନାରେ ୧୦୬% ଅଧିକ ବ୍ୟୟ କରିପାରିଛି। ଆଉ ପାଖାପାଖି ୯୬କୋଟି ଟଙ୍କା ଅଧିକ ବ୍ୟୟ କରିଥିବା ବିଜେଡି ଏହି ଅର୍ଥକୁ କେଉଁଠୁ ଭରଣା କରିବ ତାହା ଅସ୍ପଷ୍ଟ। ନ୍ୟାସନାଲ ଇଲେକ୍ସନ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଆଜି ଜାରି ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ନିର୍ବାଚନ କମିଶନଙ୍କ ପାଖରେ ଆଂଚଳିକ ରାଜନୀତିକ ଦଳଗୁଡ଼ିକ ଦାଖଲ କରିଥିବା ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟକୁ ସମୀକ୍ଷା କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏଡିଆର ସମୀକ୍ଷା ଅନୁସାରେ, ଧାର୍ଯ୍ୟ ସମୟସୀମା ମଧ୍ୟରେ ଅଡିଟ୍ ରିପୋର୍ଟ ଦାଖଲ କରିଥିବା ଦେଶର ମୋଟ ୪୨ଟି ଆଂଚଳିକ ଦଳର ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା। ଏହି ଆଂଚଳିିକ ଦଳଗୁଡ଼ିକ ମୁଖ୍ୟତଃ ନିର୍ବାଚନୀ, ପ୍ରଶାସନିକ ଓ ଅନ୍ୟାନ୍ୟ କାରଣ ପାଇଁ ଅର୍ଥ ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି। ଏହି ଆଂଚଳିକ ଦଳ ମଧ୍ୟରେ ଆପ୍‌, ଟିଆରଏସ, ଶିବସେନା, ଡିଏମକେ, ୱାଇଏସଆରକଂଗ୍ରେସ, ଏଆଇଡିଏମକେ, ବିଜେଡି, ସମାଜବାଦୀ ପାର୍ଟି ଆଦି ୪୨ଟି ଆଂଚଳିକ ଦଳର ତଥ୍ୟକୁ ବିଶ୍ଲେଷଣ କରାଯାଇଛି। ଏହି ଦଳଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୮୭୭.୯୫୭କୋଟି ଟଙ୍କା ଉପାର୍ଜନ କରିଛନ୍ତି। ଏଥିରୁ ୫୦ ପ୍ରତିଶତ ଅର୍ଥାତ୍ ୪୪୭.୪୯କୋଟି ଟଙ୍କା କେବଳ ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି। ଏହି ବଣ୍ଡରେ ଦାନ କରିଥିବା ଦାତାଙ୍କ ନାଁ ଜାଣିବାର ସୁଯୋଗ ନାହିଁ। ସର୍ବାଧିକ ଆୟ ଟିଆରଏସ୍ ୧୩୦.୪୬କୋଟି ଟଙ୍କା, ଶିବସେନା ୧୧୧କୋଟି ଟଙ୍କା, ୱାଏସଆର କଂଗ୍ରେସ ୯୨.୭୩କୋଟି ଟଙ୍କା ଉପାର୍ଜନ କରିଛନ୍ତି।

ତେବେ ବିଜେଡି ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୪୯.୩୧୦କୋଟି ଟଙ୍କା ଉପାର୍ଜନ କରିଥିବାବେଳେ ୨୦୧୯-୨୦ରେ ୯୦.୩୫୦କୋଟି ଟଙ୍କା ଆୟ କରିଛି । ମାତ୍ର ୨୦୧୯-୨୦ ଆର୍ଥିକ ବର୍ଷରେ ଦଳ ୧୮୬.୧୩୦କୋଟି ଟଙ୍କା ବ୍ୟୟ କରିଛି। ଯାହାକି ଆୟ ତୁଳନାରେ ୧୦୬.୦୧ ପ୍ରତିଶତ ଅଧିକ। ଦେଶର ଏକମାତ୍ର ଆଂଚଳିକ ଦଳ ଭାବେ ବିଜେଡି ନିଜ ଆୟ ତୁଳନାରେ ୯୫.୭୮୦କୋଟି ଟଙ୍କା ଅଧିକ ବ୍ୟୟ କରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡିକୁ ନିର୍ବାଚନୀ ବଣ୍ଡ ଆକାରରେ ୫୦.୫୦କୋଟି ଟଙ୍କା, ଚାନ୍ଦା ଓ ଦଳୀୟ ନେତାଙ୍କ ଭାଗିଦାରୀରେ ୨୮.୨୦କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୧୧.୬୫କୋଟି ଟଙ୍କା ଉପାର୍ଜନ ହୋଇଛି। ବିଜେଡିକୁ ଛାଡ଼ିଦେଲେ ଟିଡିପି ମଧ୍ୟ ଆୟ ତୁଳନାରେ ମାତ୍ର ୧୭.୩୧୦ କୋଟି ଟଙ୍କା ଅଧିକ ବ୍ୟୟ କରିଛି। ଅନ୍ୟ ସମସ୍ତ ଦଳ ନିଜର ଆୟ ଓ ବ୍ୟୟ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି। ବିଜେଡି ୨୦୨୦ ନଭେମ୍ବର ୧୭ତାରିଖରେ ନିଜର ଏହି ଅଡିଟ୍ ରିପୋର୍ଟକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲା ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story