Advertisment

ଦିବଙ୍ଗତ ବିଧାୟକଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ବିବାଦରେ କୁନା ତ୍ରିପାଠୀ

ଜଳେଶ୍ୱର(ଅଜିତ ଦାସ): ମର୍ଯ୍ୟାଦାର ସବୁ ସୀମା ପାର କଲା ବିଜେଡି! ସାଧାରଣ ମାନବିକତା ଭୁଲି ଯାଉଛନ୍ତି। ସେମାନଙ୍କ ବୋଲରେ ସତେ ଯେମିତି ଲଗାମ ଲାଗୁନି। ଦିବଙ୍ଗତ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ କିଛିଦିନ ତଳେ ଏଠାରେ ଏକ ପୋଡ଼ା ଟ୍ରାନ୍ସଫର୍ମର ବସିଥିଲା ବୋଲି କହିଛନ୍ତି ଅଭିନେତାରୁ ରାଜନେତା ବନିଥିବା ବିଜେଡି ନେତା କୁନା ତ୍ରିପାଠୀ। ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗଦେଇ କୁନା […]

author-image
Manoranjan Sial
ଅଦ୍ୟତନ ହୋଇଛି
ଦିବଙ୍ଗତ ବିଧାୟକଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ବିବାଦରେ କୁନା ତ୍ରିପାଠୀ

kuna12

ଜଳେଶ୍ୱର(ଅଜିତ ଦାସ): ମର୍ଯ୍ୟାଦାର ସବୁ ସୀମା ପାର କଲା ବିଜେଡି! ସାଧାରଣ ମାନବିକତା ଭୁଲି ଯାଉଛନ୍ତି। ସେମାନଙ୍କ ବୋଲରେ ସତେ ଯେମିତି ଲଗାମ ଲାଗୁନି। ଦିବଙ୍ଗତ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ କିଛିଦିନ ତଳେ ଏଠାରେ ଏକ ପୋଡ଼ା ଟ୍ରାନ୍ସଫର୍ମର ବସିଥିଲା ବୋଲି କହିଛନ୍ତି ଅଭିନେତାରୁ ରାଜନେତା ବନିଥିବା ବିଜେଡି ନେତା କୁନା ତ୍ରିପାଠୀ।

Advertisment

publive-imageବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗଦେଇ କୁନା ତ୍ରିପାଠୀ କହିଛନ୍ତି, “ହୀରାକୁଦରୁ ଆସୁଛି ବିଜୁଳି ଶକ୍ତି। ଯେଉଁଥିପାଇଁ ଆମ ଘରେ ବଲ୍‌ ଜଳୁଛି ଓ ପଙ୍ଖା ଘୁରୁଛି। ଯଦି ବିଜୁଳି ଶକ୍ତି ସିଧାସଳଖ ହୀରାକୁଦରୁ ଘରକୁ ଆସିବ, ତା’ହେଲେ ଘର ପୋଡ଼ି ଧ୍ୱଂସ ହୋଇଯିବ। ତେଣୁ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ କରିବା ପାଇଁ ଗୋଟିଏ ଟ୍ରାନ୍ସଫର୍ମର ଦରକାର। ବିଜୁଳି ଶକ୍ତି ପରି ଘର ଓ ଅଞ୍ଚଳର ବିକାଶ ପାଇଁ ନବୀନବାବୁ ହୀରାକୁଦ ସାଜିଛନ୍ତି। ତେବେ ନବୀନବାବୁ ପଠାଉଥିବା ଶକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଯଦି ଆମ ଲୋକାଲ ଟ୍ରାନ୍ସଫର୍ମର ପୋଡ଼ିଗଲା, ତା’ହେଲେ କଥା ସରିଗଲା। ଏଠି କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର ନିଜ କାମ କଲାନି ବୋଲି କୁଆଡେ ଏଠାକାର ଭାଇ ଓ ଭଉଣୀମାନେ କଥା ହେଉଛନ୍ତି। ଏବେ ନବୀନବାବୁ ଆଉ ଗୋଟିଏ ନୂଆ ଟ୍ରାନ୍ସଫର୍ମର ଦେଉଛନ୍ତି। ସେ ହେଉଛନ୍ତି ସ୍ୱରୁପ ଦାସ। ତାଙ୍କୁ ଭୋଟ ଦେଇ ଜିତାନ୍ତୁ।”

କିଛିଦିନ ତଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ “ସୁଯୋଗ ଆଣିଦେଉଛି” ବୋଲି କହି ବିବାଦରେ ରହିଥିଲେ। ତାଙ୍କୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଥିଲେ।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେନି ନେତା ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହିଥିଲେ।

ଆହୁରି ପଢ଼ନ୍ତୁ : ରାସ୍ତା ଉପରେ ଲାଗିଲା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଫଟୋ: ଲୋକେ ଚାଲିଲେ, ଗାଡ଼ି ବି ଗଡ଼ିଲା

Baleswar By-election Odia News