ରାସ୍ତା ଉପରେ ଲାଗିଲା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଫଟୋ: ଲୋକେ ଚାଲିଲେ, ଗାଡ଼ି ବି ଗଡ଼ିଲା

ମୁମ୍ବାଇ: ଇସଲାମ ଧର୍ମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବା ଅଭିଯୋଗରେ ଫସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମାର୍କନଙ୍କ ଇସଲାମ ବିରୋଧୀ ବୟାନ ପାଇଁ ତାଙ୍କୁ ଏକାଧିକ ମୁସଲିମ ରାଷ୍ଟ୍ର ବିରୋଧ କରିବାରେ ଲାଗିଛନ୍ତି। ଏବେ ଏହି ବିରୋଧର ନିଆଁ ଭାରତରେ ଦେଖିବାକୁ ମିଳିଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ରାସ୍ତା ଉପରେ ମାର୍କନଙ୍କ ଫଟୋ ମରାଯାଇଛି। ଏହା ଉପରେ ଲୋକେ ଚାଲିବା ସହ ଗାଡ଼ି ମଟର […]

f

f

Hemant Lenka
  • Published: Friday, 30 October 2020
  • Updated: 30 October 2020, 03:55 PM IST

Sports

Latest News

ମୁମ୍ବାଇ: ଇସଲାମ ଧର୍ମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବା ଅଭିଯୋଗରେ ଫସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମାର୍କନଙ୍କ ଇସଲାମ ବିରୋଧୀ ବୟାନ ପାଇଁ ତାଙ୍କୁ ଏକାଧିକ ମୁସଲିମ ରାଷ୍ଟ୍ର ବିରୋଧ କରିବାରେ ଲାଗିଛନ୍ତି। ଏବେ ଏହି ବିରୋଧର ନିଆଁ ଭାରତରେ ଦେଖିବାକୁ ମିଳିଛି।

ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ରାସ୍ତା ଉପରେ ମାର୍କନଙ୍କ ଫଟୋ ମରାଯାଇଛି। ଏହା ଉପରେ ଲୋକେ ଚାଲିବା ସହ ଗାଡ଼ି ମଟର ମଧ୍ୟ ଗଡ଼ିଛି। ଯାହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। କେବଳ ମୁମ୍ବାଇ ନୁହେଁ, ମଧ୍ୟପ୍ରଦେଶରେ ମଧ୍ୟ ଶତାଧିକ ଲୋକ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜି ସକାଳୁ ଦକ୍ଷିଣ ମୁମ୍ବାଇର ମହମ୍ମଦ ଅଲୀ ରୋଡ ସମେତ ଭେଣ୍ଡି ବଜାର ଓ ନଗପଡ଼ା ରାସ୍ତା ଉପରେ ମାର୍କନଙ୍କ ପୋଷ୍ଟର ମରାଯାଇଥିଲା। ଫଟୋ ରାସ୍ତାରେ ମରା ଯାଇଥିବାରୁ ଏହା ଉପରେ ପ୍ରତିଦିନ ଭଳି ଲୋକମାନେ ଯିବା ଆସିବା କରିବା ସହ ଗାଡ଼ି ଚାଲିଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏଗୁଡ଼ିକୁ ହଟାଇଥିଲା।
https://twitter.com/i/status/1322066552364040192

ତେବେ ଏହି ଘଟଣାରେ କାହା ବିରୋଧରେ କୌଣସି ମାମଲା ହୋଇନାହିଁ। ସେହିପରି କିଏ ଏଗୁଡ଼ିକ ମାରିଛି, ତାହା ମଧ୍ୟ ଜଣାପଡ଼ିନାହିଁ। ଏବେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ୍ ଫୋର୍ସ ମୁତୟନ ହୋଇଛି। ପୁଲିସ୍‌ ପୋଷ୍ଟରଗୁଡ଼ିକ ହଟାଇ ଦେଇଥିଲେ ହେଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମହାରାଷ୍ଟ୍ର ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ମହାରାଷ୍ଟ୍ର ସରକାର, ଆପଣମାନଙ୍କ ଶାସନରେ ଏ ସବୁ କ’ଣ ହେଉଛି? ଆଜି ଫ୍ରାନ୍ସ ସହ ଭାରତ ରହିଛି। ଫ୍ରାନ୍ସ ସହ ମିଶି ଆତଙ୍କବାଦୀ ବିରୋଧରେ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ମୁମ୍ବାଇ ରାସ୍ତାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କାହିଁକି ଅପମାନିତ କରୁଛନ୍ତି?”

ଅନ୍ୟପକ୍ଷରେ ମୁମ୍ବାଇର ରାଜା ଏକାଡେମୀ ପକ୍ଷରୁ ଭାରତରେ ଆରମ୍ଭ ହୋଇଥିବା ମାର୍କନ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ମାର୍କନ କହିଥିଲେ ଯେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ପ୍ରଦର୍ଶନ କଲେ କିଛି ବି ଅସୁବିଧା ନାହିଁ। ଏଥିସହ ଇସଲାମ ଧର୍ମ ସାରା ବିଶ୍ୱରେ କ୍ରାସିସ ମଧ୍ୟରେ ଗତି କରୁଛି। ଇସଲାମିଷ୍ଟମାନେ ଆମ ଭବିଷ୍ୟତ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story