Advertisment

ସେ କଣ ପାଇଁ ଜଲ୍‌ଦି ବାହା ହେବାକୁ ବାଧ୍ୟ କରୁଛନ୍ତି ଜାଣିପାରୁନି: ବିଧାୟକ ବିଜୟଶଙ୍କର ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି। ଏତଲା ହେବାର ପୂର୍ବ ଦିନ ରାତିରେ ବି ମଧ୍ୟସ୍ଥି କରୁଥିବା ମହିଳାଙ୍କ ସହ ଫୋନ ମେସେଜ୍ ଜରିଆରେ କଥା ହୋଇଥିଲି। କୋର୍ଟ ମ୍ୟାରେଜ ଆବେଦନ ପଞ୍ଜୀକରଣ ହେବାରେ ଆଉ ୬୦ ଦିନ ଅଛି, ଭଲ ସମୟ ଦେଖି […]

ଅଦ୍ୟତନ ହୋଇଛି
ସେ କଣ ପାଇଁ ଜଲ୍‌ଦି ବାହା ହେବାକୁ ବାଧ୍ୟ କରୁଛନ୍ତି ଜାଣିପାରୁନି: ବିଧାୟକ ବିଜୟଶଙ୍କର ଦାସ

bijayasankar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି। ଏତଲା ହେବାର ପୂର୍ବ ଦିନ ରାତିରେ ବି ମଧ୍ୟସ୍ଥି କରୁଥିବା ମହିଳାଙ୍କ ସହ ଫୋନ ମେସେଜ୍ ଜରିଆରେ କଥା ହୋଇଥିଲି। କୋର୍ଟ ମ୍ୟାରେଜ ଆବେଦନ ପଞ୍ଜୀକରଣ ହେବାରେ ଆଉ ୬୦ ଦିନ ଅଛି, ଭଲ ସମୟ ଦେଖି ମ୍ୟାରେଜ ପାଇଁ କହିଥିଲି। ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମନା କରି ନାହିଁ। ମାଆର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି। ମା’ ଦେହ ଖରାପ ଥିବା ବେଳେ ବାହାଘର ନିମନ୍ତେ ଆବେଦନ କରି ଆସିଥିଲି। ଏ ପର୍ଯ୍ୟନ୍ତ କୌଣସି ସମନ ଆସିନି ବୋଲି ଦାଦା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କଣ ପାଇଁ ସେ ଜଲ୍‌ଦି ବାହା ହେବାକୁ ବାଧ୍ୟ କରୁଛନ୍ତି ଜାଣିପାରୁନି। ବାହା ହେବାକୁ ମନା କରିବା କଥା ଓ ସେକ୍ସ ରାକେଟ ଚଳାଇବା ଅଭିଯୋଗ ଅସତ୍ୟ। ଏବେ ସୋମାଲିକା ଦେଇଥିବା ଏତଲା ସମାଧାନ ପରେ ଯାହା କିଛି ହେବ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ସେପଟେ ସୋମାଲିକାଙ୍କ ଏଫ୍ଆଇଆର୍ ଆଧାରରେ ଜଗତସିଂହପୁର ପୁଲିସ୍ ବିଜୟ ଶଙ୍କରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ବିଜୟଶଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୧୯୫-A, ୫୦୬-B, ୨୯୪, ୫୦୯, ୩୪୧, ୧୨୦-Bରେ ଦଫା ଲାଗିଛି।

ସୂଚନା ଯୋଗ୍ୟ ଯେ, ଗତକାଲି ତାଙ୍କ ନାଁରେ ବାନ୍ଧବୀ ସୋମାଲିକା ଦାଶ ଆଣିଥିଲେ ସାଂଘାତିକ ଅଭିଯୋଗ। ସେ ସେକ୍ସ ରାକେଟ୍‌ ଚଳାଉଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋମାଲିକା ଆହୁରି ଉଲ୍ଲେଖ କରିଥିଲେ ଯେ, ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ। ସେମାନଙ୍କ ନାଁରେ ଅନେକ ମାମଲା ରହିଛି। ତାଙ୍କ(ସୋମାଲିକା) ପାଇଁ ମାମଲା ନଲଢ଼ିବାକୁ ଜଗତସିଂହପୁର ସମସ୍ତ ଓକିଲଙ୍କୁ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ପ୍ରବର୍ତ୍ତାଉଛନ୍ତି। ଧମକ ମଧ୍ୟ ଦେଉଛନ୍ତି। ସେଥିପାଇଁ ତାଙ୍କ ମାମଲା ଲଢ଼ିବାକୁ ସେ କଟକରୁ ଓକିଲ ଆଣିଛନ୍ତି। ବିଜୟ ଶଙ୍କର କିପରି ମାଟ୍ରିକ ପରୀକ୍ଷାରେ ଘୋଟାଲା କରି ତାଙ୍କ ନମ୍ବର ବଢ଼ାଇଥିଲେ ସେ କଥା ବି ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି।

Advertisment

ଗତ ଶୁକ୍ରବାର ସୋମାଲିକା ଓ ବିଜୟ ଶଙ୍କରଙ୍କ ବିବାହ ହେବାର ଥିଲା। ସେଥିପାଇଁ ସୋମାଲିକା ଜଗତସିଂହପୁର ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ବିଜୟ ଶଙ୍କର ଯାଇନଥିଲେ।  ସବ୍‌-ରେଜିଷ୍ଟ୍ରାଙ୍କ କାର୍ଯ୍ୟାଳୟକୁ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି।

ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା। ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ହେଲେ ଶୁକ୍ରବାର ଦିନ ବାହା ହେବା ପାଇଁ ବିଜୟ ଶଙ୍କର ନଆସିବାରୁ ପୁଣି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe