ବିଜେଡି ବିଧାୟକଙ୍କୁ ‘କରୋନା’

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାରେ ଜଣେ ବିଜେଡି ବିଧାୟକ ‘କରୋନା’ରେ ସଂକ୍ରମିତ ହୋଇଛନ୍ତି। ‘କରୋନା’ ସଂକ୍ରମିତ ନେଇ ସଂପୃକ୍ତ ବିଧାୟକ ସୂଚନା ଦେଇଛନ୍ତି। ସ୍ୱାବ୍‌ ଓ ରକ୍ତ ନମୁନାରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଦୁଇ ଜଣ ବିଧାୟକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ଏହାଛଡ଼ା ସେ ଯାଇଥିବା […]

Corona-4-1-1

Manoranjan Sial
  • Published: Tuesday, 14 July 2020
  • , Updated: 14 July 2020, 05:03 PM IST

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାରେ ଜଣେ ବିଜେଡି ବିଧାୟକ ‘କରୋନା’ରେ ସଂକ୍ରମିତ ହୋଇଛନ୍ତି। ‘କରୋନା’ ସଂକ୍ରମିତ ନେଇ ସଂପୃକ୍ତ ବିଧାୟକ ସୂଚନା ଦେଇଛନ୍ତି। ସ୍ୱାବ୍‌ ଓ ରକ୍ତ ନମୁନାରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଦୁଇ ଜଣ ବିଧାୟକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ଏହାଛଡ଼ା ସେ ଯାଇଥିବା ସ୍ଥାନକୁ ସାନିଟାଇଜ୍‌ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ସେହିପରି କଟକ ଜିଲ୍ଲାରେ ଆଉ ଜଣେ ବିଜେଡି ବିଧାୟକ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ବିଧାୟକ ଯାଇଥିବା ସ୍ଥାନକୁ ସାନିଟାଇଜ୍‌ କରାଇଥିବା ଜଣାପଡ଼ିଛି।

 

Related story