Advertisment

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଚଳାଉଛନ୍ତି ସେକ୍ସ ରାକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବିବାଦରେ ଫସିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ସେକ୍ସ ରାକେଟ୍‌ ଚଳାଉଥିବା ନେଇ ତାଙ୍କ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିଛନ୍ତି। ଏନେଇ ସେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋମାଲିକା ଏଫଆଇଆର୍‌ରେ ଦର୍ଶାଇଛନ୍ତି, ଏହା ଜଣାଶୁଣା କଥା ଯେ ବିଜୟ ଶଙ୍କର ସେକ୍ସ ରାକେଟ୍‌ ଚଳାନ୍ତି। ସେ ଅନେକ ଯୁବତୀଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ନିରୀହ ଝିଅମାନଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଚଳାଉଛନ୍ତି ସେକ୍ସ ରାକେଟ୍‌

Bijay-Shankar-Das

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବିବାଦରେ ଫସିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ସେକ୍ସ ରାକେଟ୍‌ ଚଳାଉଥିବା ନେଇ ତାଙ୍କ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିଛନ୍ତି। ଏନେଇ ସେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ସୋମାଲିକା ଏଫଆଇଆର୍‌ରେ ଦର୍ଶାଇଛନ୍ତି, ଏହା ଜଣାଶୁଣା କଥା ଯେ ବିଜୟ ଶଙ୍କର ସେକ୍ସ ରାକେଟ୍‌ ଚଳାନ୍ତି। ସେ ଅନେକ ଯୁବତୀଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ନିରୀହ ଝିଅମାନଙ୍କୁ ଏହି କାର୍ଯ୍ୟରେ ଲିପ୍ତ ହେବାକୁ ବାଧ୍ୟ କରନ୍ତି। ସେ ବିଭିନ୍ନ ଲୋକଙ୍କ ପାଖକୁ ଓ ଜଣେ ଦୁର୍ଦ୍ଦାନ୍ତ ଦଲାଲ ପାଖକୁ ଝିଅମାନଙ୍କୁ ପଠାଇ ଭଲ ଅର୍ଥ ରୋଜଗାର କରୁଛନ୍ତି। ନିର୍ବାଚନ ବେଳେ ଯେଉଁମାନଙ୍କଠାରୁ ସେ ଟଙ୍କା ଆଣିଥିଲେ, ସେମାନଙ୍କ ନିକଟକୁ ମଧ୍ୟ ଝିଅ ପଠାଛନ୍ତି।

[caption id="attachment_742757" align="aligncenter" width="650"]BJD ସୋମାଲିକାଙ୍କ ଏଫ୍‌ଆଇଆର୍‌ କପି[/caption]

Advertisment

ବିଜୟ ଶଙ୍କର ସେକ୍ସରାକେଟ୍‌ ଚଳାଉଥିବା ନେଇ କଟକ ଓ ଭୁବନେଶ୍ୱରରେ ତାଙ୍କ ନାଁରେ ଦୁଇଟି ମାମଲା ରୁଜୁ ହୋଇଛି ବୋଲି ସୋମାଲିକା ଏଫଆଇଆରରେ ଦର୍ଶାଇଛନ୍ତି।

ସୋମାଲିକା ଆହୁରି ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ। ସେମାନଙ୍କ ନାଁରେ ଅନେକ ମାମଲା ରହିଛି। ତାଙ୍କ(ସୋମାଲିକା) ପାଇଁ ମାମଲା ନଲଢ଼ିବାକୁ ଜଗତସିଂହପୁର ସମସ୍ତ ଓକିଲଙ୍କୁ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ପ୍ରବର୍ତ୍ତାଉଛନ୍ତି ଓ ଧମକ ଦେଉଛନ୍ତି। ସେଥିପାଇଁ ତାଙ୍କ ମାମଲା ଲଢ଼ିବାକୁ ସେ କଟକରୁ ଓକିଲ ଆଣିଛନ୍ତି।

[caption id="attachment_742759" align="aligncenter" width="650"]BJD ସୋମାଲିକା ଏଫ୍‌ଆଇଆର୍‌ରେ ଲେଖିଛନ୍ତି ସାଙ୍ଘାତିକ କଥା[/caption]

ଏହା ସହିତ ଏଫ୍‌ଆଇଆର୍‌ର ସୋମାଲିକା ପୁରୁଣା କଥାକୁ ମନେ ପକାଇ ଦେଇଛନ୍ତି। ବିଜୟ ଶଙ୍କର କିପରି ମାଟ୍ରିକ ପରୀକ୍ଷାରେ ଘୋଟାଲା କରି ତାଙ୍କ ନମ୍ବର ବଢ଼ାଇଥିଲେ ସେ କଥା ବି ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି ସୋମାଲିକା। ସେ ଲେଖିଛନ୍ତି, ସେତେବେଳେ ତାଙ୍କ ବାପା ଶିକ୍ଷା ମନ୍ତ୍ରୀ ଥିଲେ। ତାଙ୍କ ବାପା ଓ ଅନ୍ୟ ସରକାରୀ ଅଫିସରଙ୍କ ସହାୟତାରେ ବିଜୟ ଶଙ୍କର ଘୋଟାଲା କରି ନିଜ ନମ୍ବର ବଢ଼ାଇଥିଲେ। ଏନେଇ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୪୬୫, ୪୬୮, ୪୭୦, ୧୨୦B ରେ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଏବେ କଟକ ସଦର ଏସ୍‌ଡିଜେଏମ୍‌ରେ ବିଚାରାଧୀନ ରହିଛି।

ଗତ ଶୁକ୍ରବାର ସୋମାଲିକା ଓ ବିଜୟ ଶଙ୍କରଙ୍କ ବିବାହ ହେବାର ଥିଲା। ସେଥିପାଇଁ ସୋମାଲିକା ଜଗତସିଂହପୁର ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ବିଜୟ ଶଙ୍କର ଯାଇନଥିଲେ।  ସବ୍‌-ରେଜିଷ୍ଟ୍ରାଙ୍କ କାର୍ଯ୍ୟାଳୟକୁ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା। ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ହେଲେ ଶୁକ୍ରବାର ଦିନ ବାହା ହେବା ପାଇଁ ଆସିଲେ ନାହିଁ ବିଜୟ ଶଙ୍କର।