Advertisment

ସରକାରଙ୍କୁ ସନ୍ଦେହ କଲେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିଚାଳନାରେ ଓଡ଼ିଶା ସବୁଠୁ ଭଲ ପ୍ରଦର୍ଶନ କରୁଥିବା ନିଜେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋଦ ଶାସକ ଦଳର ସଦସ୍ୟ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। କୋଭିଡ୍‌ ପରିଚାଳନାରେ ନାଖୁସ୍‌ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ନକହି ନକହି ଅନେକ କଥା କହିଛନ୍ତି ସୌମ୍ୟ ରଞ୍ଜନ। ନିଜ ଫେସବୁକ୍‌ର ଅଫିସିଆଲ ପେଜ୍‌ରେ ସୌମ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ସରକାରଙ୍କୁ ବିବାଦ ଘେରକୁ ଟାଣିଛନ୍ତି। କେବଳ […]

author-image
Tapas Behera
ଅଦ୍ୟତନ ହୋଇଛି
ସରକାରଙ୍କୁ ସନ୍ଦେହ କଲେ ସୌମ୍ୟ

nvcv

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିଚାଳନାରେ ଓଡ଼ିଶା ସବୁଠୁ ଭଲ ପ୍ରଦର୍ଶନ କରୁଥିବା ନିଜେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋଦ ଶାସକ ଦଳର ସଦସ୍ୟ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। କୋଭିଡ୍‌ ପରିଚାଳନାରେ ନାଖୁସ୍‌ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ନକହି ନକହି ଅନେକ କଥା କହିଛନ୍ତି ସୌମ୍ୟ ରଞ୍ଜନ। ନିଜ ଫେସବୁକ୍‌ର ଅଫିସିଆଲ ପେଜ୍‌ରେ ସୌମ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ସରକାରଙ୍କୁ ବିବାଦ ଘେରକୁ ଟାଣିଛନ୍ତି। କେବଳ ସେତିକି ନୁହଁ ସରକାରଙ୍କ ସଫଳତାକୁ ଶତ୍ରୁ ଏକ ପ୍ରକାର ସ୍ୱୀକାର କରୁଥିବା କହି ବିରୋଧୀଙ୍କ ଅପାରଗତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ। ସେ ଲେଖିଛନ୍ତି ଯେ, କରୋନା ମହାମାରୀ ପରିଚାଳନାରେ ଓଡିଶା ସରକାରଙ୍କ ସଫଳତା ତାଙ୍କ ଶତ୍ରୁମାନେ ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ I ତେବେ କେଉଁସବୁ କାରଣରୁ ଆମକୁ ଏ ସଫଳତା ମିଳିଲା ସେ ନେଇ କୌଣସି ତର୍ଜମା ବା ଅନୁଶୀଳନ ହୋଇଛି କି ନା ଆମେ ଜାଣୁ ନାହୁଁ I

Advertisment

ସରକାରଙ୍କ ନିଷ୍ପତି ବେଳେ ବେଳେ ପରସ୍ପର ବିରୋଧୀ ଆଭିମୁଖ୍ୟ ନେଇ ହେଉଥିବା ଆଶଙ୍କା କରାଯାଉଛି I ଏକ ପକ୍ଷରେ କଟକଣା କୋହଳ କରାଯାଉଛି। ପରିସଂଖ୍ୟାନ ଅନୁକୂଳ ହେଲାପରି ମନେ ହେଉଛି । ସେରୋ ସର୍ଭେ ଗୋଷ୍ଠୀ ପ୍ରତିଷେଧକ ଶକ୍ତି ବୃଦ୍ଧି ପ୍ରତି ଇଙ୍ଗିତ କରୁଛି ତ ଅନ୍ୟପକ୍ଷରେ ସ୍କୁଲ, କଲେଜ ଖୋଲୁନାହିଁ।  ମନ୍ଦିର ପ୍ରବେଶ ଅନୁମତି ନାହିଁ କି ଯାତ୍ରା ଓ ସାଂସ୍କୃତିକ ଅନୁଷ୍ଠାନ ଆରମ୍ଭ ପାଇଁ କୌଣସି ସଂକେତ ନାହିଁ I ଏଣେ କୋଭିଡ କେନ୍ଦ୍ରରେ ନିଯୁକ୍ତ ହୋଇଥିବା ସେବିକାମାନଙ୍କୁ ଛଟେଇ କରାଯାଇଛି ତ ତେଣେ ଆଗକୁ କରୋନା ବଢିପାରେ ବୋଲି ସାବଧାନ କରାଯାଉଛି I ସରକାର ଲୋକଙ୍କୁ ସ୍ପଷ୍ଟ ସନ୍ଦେଶ ଦେବା ଉଚିତ ବୋଲି ସୌମ୍ୟ କହିଛନ୍ତି।

publive-image

ଏହି ସବୁ ପ୍ରସଙ୍ଗକୁ ନେଇ ସେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିଥିବା ସୌମ୍ୟ ଉଲ୍ଲେଖ କରିଛନ୍ତି। ବହୁଦିନ ଧରି ନିରବ ରହିବା ପରେ ହଠାତ୍‌ କାହିଁକି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସୌମ୍ୟ। ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ କିଛି ଦିନ ହେବ ଯାତ୍ରା ମଞ୍ଚ ଖୋଲିବାକୁ ନେଇ ହୋହଲ୍ଲା ଚାଲିଛି। କିଛି ସମର୍ଥକଙ୍କୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କଳାକାରମାନେ ଭାଗ ଭାଗ ହୋଇଯାଇଛନ୍ତି।

Advertisment

ଆଜି ସୌମ୍ୟ ପ୍ରଶ୍ନ ଉଠାଇଥିବା ଅନେକ ପ୍ରସଙ୍ଗ ମଧ୍ୟରେ ଯାତ୍ରା ମଞ୍ଚ ଖୋଲିବା ନେଇ ମଧ୍ୟ କଥା ରହିଛି। ସୌମ୍ୟ ପଟ୍ଟନାୟକଙ୍କ ମାଲିକାନାରେ କିଛି ଯାତ୍ରାପାର୍ଟି ରହିଛି। ତେବେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପ୍ରଶ୍ନରେ ସୌମ୍ୟଙ୍କ ଇସାରା ମଧ୍ୟ ବୁଝି ହେଉଛି।  କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ, ଯେ କୋଭିଡ୍ ପରିଚାଳନାରେ ଓଡିଶା କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି। କୋଭିଡ୍‌ ସଂକ୍ରମଣ ନେଇ ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ତଥାପି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏମିତିକି କୋଭିଡ୍‌ ମ୍ୟାନେଜମେଣ୍ଟରେ ଓଡ଼ିଶା ରୋଲ ମଡେଲ ବୋଲି ଦାବି କରାଯାଉଛି। ହେଲେ ସେହି ଦଳର ବିଧାୟକ ସୌମ୍ୟ ରଞ୍ଜନ ଏହାକୁ ନେଇ ପ୍ରଶ୍ନ ଉଠାଇବା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

BjD Corona In Odisha Bjd Leader