ବିଜେଡି ସାଂସଦଙ୍କଠୁ ଫାଇନ ଆଦାୟ କଲା ପୁଲିସ

ରାୟଗଡା(ମନୋଜ ପାତ୍ର): ଫାଇନ ଗଣିଲେ ବିଜେଡି ସାଂସଦ। ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓଙ୍କ ଠାରୁ ପୁଲିସ ଫାଇନ ଆଦାୟ କରିଛି। ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ ବୁଲିଥଲେ। ହେଲେ ବାଇକ ଚଳାଇବା ବେଳେ କିନ୍ତୁ ସାଂସଦଙ୍କ ମୁଣ୍ଡରେ ହେଲମେଟ ନଥିଲା। ହେଲମେଟ୍ ପିନ୍ଧିନଥିବାରୁ ତାଙ୍କ ନାଁରେ ୫୦୦ […]

bjd-rajyasabha-mp

Madhupriya Mistry
  • Published: Sunday, 27 December 2020
  • , Updated: 27 December 2020, 02:11 PM IST

ରାୟଗଡା(ମନୋଜ ପାତ୍ର): ଫାଇନ ଗଣିଲେ ବିଜେଡି ସାଂସଦ। ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓଙ୍କ ଠାରୁ ପୁଲିସ ଫାଇନ ଆଦାୟ କରିଛି। ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ ବୁଲିଥଲେ। ହେଲେ ବାଇକ ଚଳାଇବା ବେଳେ କିନ୍ତୁ ସାଂସଦଙ୍କ ମୁଣ୍ଡରେ ହେଲମେଟ ନଥିଲା।

ହେଲମେଟ୍ ପିନ୍ଧିନଥିବାରୁ ତାଙ୍କ ନାଁରେ ୫୦୦ ଟଙ୍କା ଚାଲାଣ କଟାଯାଇଥିଲା। ସାଂସଦଙ୍କ ସହ ମୋଟ ୭ ଜଣଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସାଂସଦ ଏନ୍. ଭାସ୍କର ରାଓଙ୍କ ମୁଣ୍ଡରେ ହେଲମେଟ୍ ନଥିବାରୁ ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା। ସେପଟେ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ସାଂସଦ। ଆଇନକୁ ସମ୍ମାନ ଦେଇ ଜରିମାନା ଭରିଥିବା କହିଛନ୍ତି ସାଂସଦ ଏନ୍.ଭାସ୍କର ରାଓ।

Related story