ତିବ୍ଦତୀୟ ଭୋଜିରେ ସାମିଲକୁ ନେଇ ଚର୍ଚ୍ଚାରେ ବିଜେଡି ସାଂସଦ ସୁଜିତ୍ କୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିଦ୍ଦତର ନିର୍ବାସିତ ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ଏକ ଭୋଜିରେ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ନେତୃତ୍ୱରେ ୬ଜଣ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାକୁ ନେଇ ଚୀନ ଖପ୍ପା । ଚୀନ ସରକାରଙ୍କ ଦୂତାବାସ ପକ୍ଷରୁ ଏନେଇ କଡ଼ା ଆପତ୍ତି ଉଠାଯିବା ସହ ଚିଠି ଲେଖି ବିରୋଧ ଦର୍ଶାଯାଇଛି । ଏପଟେ, ଭାରତୀୟ ସାଂସଦଙ୍କୁ ଏଭଳି ଚିଠି ଲେଖିବାର ନୈତିକ ଅଧିକାର ଚୀନ ଦୂତାବାସର ନାହିଁ ବୋଲି ଫୋରମର ଆବାହକ ଶ୍ରୀ […]

MP

MP

Ordigital Desk
  • Published: Friday, 31 December 2021
  • Updated: 31 December 2021, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିଦ୍ଦତର ନିର୍ବାସିତ ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ଏକ ଭୋଜିରେ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ନେତୃତ୍ୱରେ ୬ଜଣ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାକୁ ନେଇ ଚୀନ ଖପ୍ପା । ଚୀନ ସରକାରଙ୍କ ଦୂତାବାସ ପକ୍ଷରୁ ଏନେଇ କଡ଼ା ଆପତ୍ତି ଉଠାଯିବା ସହ ଚିଠି ଲେଖି ବିରୋଧ ଦର୍ଶାଯାଇଛି । ଏପଟେ, ଭାରତୀୟ ସାଂସଦଙ୍କୁ ଏଭଳି ଚିଠି ଲେଖିବାର ନୈତିକ ଅଧିକାର ଚୀନ ଦୂତାବାସର ନାହିଁ ବୋଲି ଫୋରମର ଆବାହକ ଶ୍ରୀ କୁମାର ରୋକଠୋକ୍ କହିଛନ୍ତି ।

ସୂଚନା ଅନୁସାରେ, ଡିସେମ୍ବର ୨୨ତାରିଖରେ ନୂଆଦିଲ୍ଲୀର ଏକ ହୋଟେଲରେ ତିଦ୍ଦତର ନିର୍ବାସିତ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ଭୋଜିରେ ‘ତିଦ୍ଦତ ପାଇଁ ସର୍ବଦଳୀୟ ଭାରତୀୟ ସଂସଦୀୟ ଫୋରମ’(ଅଲ ପାର୍ଟି ଇଣ୍ଡିଆନ ପାର୍ଲାମେଣ୍ଟାରୀ ଫୋରମ୍ ଫର ତିବ୍ଦତ)ର ଆବାହକ ତଥା ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ନେତୃତ୍ୱରେ ବିଭିନ୍ନ ରାଜନୀତିକ ଦଳର ସାଂସଦମାନେ ଯୋଗ ଦେଇଥିଲେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବିଜେପି ସାଂସଦ ମାନେକା ଗାନ୍ଧି ଓ କେସି ରାମମୂର୍ତ୍ତି, କଂଗ୍ରେସ ସାଂସଦ ଜୟରାମ ରମେଶ, ମନୀଷ ତିୱାରୀ ଯୋଗ ଦେଇଥିଲେ । ତେବେ ଏହି ଭୋଜିରେ ଭାରତୀୟ ସାସଂଦମାନେ ଯୋଗ ଦେବାକୁ ନେଇ ଚୀନ ଦୂତାବାସ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରି ଭାରତୀୟ ସାଂସଦମାନଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛି ।

ତେବେ ଏହା ଉପରେ ‘ପିଟିଆଇ’କୁ ପ୍ରତିକ୍ରିୟା ରଖି ଫୋରମର ଆବାହକ ତଥା ବିଜେଡି ସାଂସଦ ସୁଜିତ୍ କୁମାର କହିଛନ୍ତି ଯେ, ଭାରତୀୟ ସାଂସଦମାନଙ୍କୁ ଏଭଳି ପ୍ରସଙ୍ଗରେ ଚିଠି ଲେଖିବାର ନୈତିକ ଅଧିକାର ଚୀନ ଦୂତାବାସର ନାହିଁ । ଯଦିଓ ସେ କୌଣସି ଚିଠି ଏପର୍ଯ୍ୟନ୍ତ ପାଇନାହାନ୍ତି ତଥାପି ଅନ୍ୟ ସାଂସଦମାନେ ଏହି ଚିଠି ପାଇଥିବା ସେ କହିଛନ୍ତି । ଏଭଳି ଚିଠି ଚୀନ ଦୂତାବାସ ପ୍ରଥମଥର ଲେଖୁନାହିଁ । ପୂର୍ବରୁ ମଧ୍ୟ ଏଭଳି ଚିଠି ସେ ବ୍ୟକ୍ତିଗତ ଭାବେ ପାଇଛନ୍ତି ।

ଭାରତୀୟ ସାଂସଦମାନଙ୍କୁ ଚିଠି ଲେଖିବା ପରିବର୍ତ୍ତେ ଚୀନ ଦୂତାବାସର କିଛି ଆପତ୍ତି ଥିଲେ ଅବା ପ୍ରୋଟୋକଲ ଉଲ୍ଲଘଂନ ହେଉଥିଲେ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିବା ଉଚିତ୍ । ତେବେ ତିଦ୍ଦତର ନିର୍ବାସିତ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଭୋଜି ଏକ ରାଜନୀତିକ କାର୍ଯ୍ୟକ୍ରମ ନଥିଲା ଏହା କେବଳ ଉଭୟ ଦେଶର ସାଂସ୍କୃତିକ ଓ ବ୍ୟବସାୟିକ ସମ୍ପର୍କକୁ ପ୍ରୋତ୍ସାହିତ ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ କୁମାର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଫୋରମ୍ ଦୀର୍ଘବର୍ଷ ଧରି ରହିଛି । ତିବ୍ଦତୀୟ ନିର୍ବାସିତ ସରକାରଙ୍କ ଦ୍ୱାରା ଆୟୋଜିତ ଭୋଜିକୁ ବିଦେଶ ମନ୍ତ୍ରଣାଳୟ ତରଫରୁ ଯାଇନଥିଲୁ । ଫୋରମର ସଦସ୍ୟ ଭାବେ ରାତ୍ରିଭୋଜିକୁ ନିମନ୍ତ୍ରଣ କରାଯାଇଥିଲା । ଏହି ବୈଠକ କେବଳ ତିବ୍ଦତୀୟ କଳା, ସଂସ୍କୃତି ଓ ଦର୍ଶନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଆଗାମୀ ଦିନରେ ଫୋରମର ସଦସ୍ୟମାନେ ହିମାଚଳର ଧର୍ମଶାଳା ଗସ୍ତ କରି ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ସାକ୍ଷାତ କରିବାକୁ ଯୋଜନା ରହିଛି ।

ଚୀନ ଦୂତାବାସର ଏଭଳି ଚିଠିକୁ ନେଇ କଂଗ୍ରେସ ସାଂସଦ ମନୀଷ ତିୱାରି ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଓକିଲ ମହେଶ ଜେଠମାଲାନୀ ମଧ୍ୟ ଟ୍ୱିଟ୍ କରି ବିଜେଡି ସାସଂଦ ସୁଜିତ୍ କୁମାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଓ ଚୀନର ଗୁଲାମ ନୁହେଁ ବୋଲି କହିବା ସହ ରାତ୍ରିଭୋଜିରେ ସାଂସଦମାନେ ଯୋଗ ଦେବାକୁ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ, ଜର୍ଜ ଫର୍ଣ୍ଣାଡିଜ୍ ଏହି ଫୋରମର ଆବାହକ ଥିବାବେଳେ ଏହା ଅତ୍ୟନ୍ତ ସକ୍ରିୟ ରହିଥିଲା । କିନ୍ତୁ ତାଙ୍କ ପରେ ଏହି ଫୋରମ ପ୍ରାୟତଃ ଅକାମୀ ହୋଇପଡ଼ିଥିଲା,ଏବେ ଏହି ଫୋରମ ପୁଣିଥରେ ସକ୍ରିୟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story