‘ଦାଗ ହଟାଇବା ପାଇଁ ବିଜେଡି ଖେଳୁଛି ମହିଳା କାର୍ଡ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ନବୀନ ପଟ୍ଟନାୟକ। କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ବିଜେଡି ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସୁଛି। ମା’  ଆଗେଇଲେ ସମାଜ ଓ ଦେଶ ଆଗେଇବ ବୋଲି ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ମହିଳା କାର୍ଡକୁ ନେଇ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ କହିଛନ୍ତି, ନବୀନଙ୍କର ଏହା ଏକ ଧୂଆଁବାଣ। ମହିଳା ସୁରକ୍ଷାରେ ରାଜ୍ୟ ସରକାର ବିଫଳ। […]

lekhashree-on-sit

Manoranjan Sial
  • Published: Saturday, 26 December 2020
  • , Updated: 26 December 2020, 03:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ନବୀନ ପଟ୍ଟନାୟକ। କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ବିଜେଡି ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସୁଛି। ମା’  ଆଗେଇଲେ ସମାଜ ଓ ଦେଶ ଆଗେଇବ ବୋଲି ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ମହିଳା କାର୍ଡକୁ ନେଇ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଲେଖାଶ୍ରୀ କହିଛନ୍ତି, ନବୀନଙ୍କର ଏହା ଏକ ଧୂଆଁବାଣ। ମହିଳା ସୁରକ୍ଷାରେ ରାଜ୍ୟ ସରକାର ବିଫଳ। ନିଜ ଉପରୁ ଦାଗ ହଟାଇବା ପାଇଁ ବିଜେଡି ମହିଳା କାର୍ଡ ଖେଳୁଛି। NCRB ରିପୋର୍ଟରେ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢିଛି। NCRB ରିପୋର୍ଟରେ ରାଜ୍ୟରେ ଶିଶୁ ନିଖୋଜ ବଢିଛି। କେଉଁ ମୁହଁରେ ମହିଳା ସୁରକ୍ଷା କଥା କହୁଛନ୍ତି ପଚାରିଛନ୍ତି ଲେଖାଶ୍ରୀ।

ଆଜି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ କହିଛନ୍ତି, ପଞ୍ଚାୟତ ଓ ULBରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ କରିଛି ବିଜେଡି। ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି। ୨୦୧୯ ନିର୍ବାଚନରେ ବିଜେଡି ୩୩ % ମହିଳାଙ୍କୁ ଟିକେଟ ଦେଇଥିବା କହିଥିଲେ ନବୀନ।

Related story