ଆଇଟି ସେଲ ମୁଖିଆଙ୍କଠୁ କାଢ଼ିନେଲେ ସୋଶାଲ୍‌ ମିଡିଆ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଶକ୍ତ ଧକ୍କା। ଗତ କିଛଦିନ ତଳେ ତାଙ୍କଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି। ସେ ଆଇଟି ସେଲ୍ ମୁଖିଆ ରହିଥିଲେ ବି ଏଣିକି ଦଳର ଆଇଟି ସଂକ୍ରାନ୍ତ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରଚାର ନିମନ୍ତେ ଅମର ପଟ୍ଟନାୟକଙ୍କ […]

amar-patnik

amar-patnik

Manoranjan Sial
  • Published: Thursday, 28 January 2021
  • Updated: 29 January 2021, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଶକ୍ତ ଧକ୍କା। ଗତ କିଛଦିନ ତଳେ ତାଙ୍କଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି। ସେ ଆଇଟି ସେଲ୍ ମୁଖିଆ ରହିଥିଲେ ବି ଏଣିକି ଦଳର ଆଇଟି ସଂକ୍ରାନ୍ତ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରଚାର ନିମନ୍ତେ ଅମର ପଟ୍ଟନାୟକଙ୍କ ଉପରେ ବିଜେଡି ଭରସା କରିବା ସହ ତାଙ୍କୁ ଦଳର ଆଇଟି ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା। ତାଙ୍କ ନେତୃତ୍ୱରେ ଦଳର ଏକ ବିଶାଳ ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରୁଥିଲା। ଅମରଙ୍କ ନେତୃତ୍ୱରେ ଥିବା ଆଇଟି ସେଲ୍ ରାଜ୍ୟର ପ୍ରମୁଖ ବିରୋଧୀ ବିଜେପିର ଆଇଟି ସେଲକୁ ଟକ୍କର ଦେବାରେ ମଧ୍ୟ ସେତେଟା ସକ୍ଷମ ହୋଇପାରିନଥିଲା। ଯଦିଓ ଦଳ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଅମରଙ୍କ ଆଇଟି ସେଲକୁ ଯୋଗାଇ ଦିଆଯାଇଥିଲା। ସାଧାରଣ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ଓ ଆଇଟି ସେଲର ପ୍ରଦର୍ଶନ ଆଶାନୁରୂପ ନରହିବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାକୁ ଦଳ ପକ୍ଷରୁ ହ୍ରାସ କରି ଦିଆଯାଇଥିଲା।

ଗତ ୬-୮ମାସ ଧରି ଆଇଟି ସେଲରେ ହାତଗଣତି କର୍ମଚାରୀ ଥିଲେ। ଶାସକ ଦଳର ଆଇଟି ସେଲ୍ ହୋଇଥିବା ସତ୍ତ୍ୱେ ପ୍ରଦର୍ଶନ ଉତ୍ସାହଜନକ ନରହିବା ଓ ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାରେ ସକ୍ଷମ ନହେବାରୁ ଅମରଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲକୁ ବନ୍ଦ କରିଦିଆ ଯାଇଛି। ସୋସିଆଲ ମିଡିଆ ଯୁଗରେ ବିଜେଡି ନିଜର ବିଧାୟକ ଓ ସାଂସଦମାନଙ୍କୁ ପ୍ରଚାରପ୍ରସାର ନିମନ୍ତେ ସୋସିଆଲ ମିଡିଆର ଭରପୂର ଉପଯୋଗ ନିମନ୍ତେ ପରାମର୍ଶ ଦେଉଥିଲେ ମଧ୍ୟ ଏସବୁ ତଦାରଖ କରିବାରେ ମଧ୍ୟ ଅମରଙ୍କ ନେତୃତ୍ୱାଧୀନ ଆଇଟି ସେଲ୍ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲା।

ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ତଳେ ଅମରଙ୍କ ଆଇଟି ସେଲରେ କାର୍ଯ୍ୟରତ କିଛି କର୍ମଚାରୀମାନଙ୍କୁ ନବୀନ ନିବାସ ଡକାଯାଇଥିଲା। ସେଠାରେ ସେମାନଙ୍କ ସହ କଥାବାର୍ତ୍ତାରୁ ବାସ୍ତବ ସ୍ଥିତିକୁ ପରଖି ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ଆଇଟି ସେଲର ସମସ୍ତ କାର୍ଯ୍ୟକୁ ତାଙ୍କଠୁ କାଢ଼ି ନେଇଥିବା ଜଣାପଡ଼ିଛି। ଏବେ ଦଳର ଆଇଟି ସେଲ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଉପରେ ନ୍ୟସ୍ତ ହୋଇଛି।

ଆଳି ବିଧାୟକ ଶ୍ରୀ ଦେବଙ୍କୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ସହଯୋଗ କରିବେ। ଅମରଙ୍କ ପାଖରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ସେଠାରେ ଥିବା ଆବଶ୍ୟକ ସରଞ୍ଜାମ ମଧ୍ୟ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଅବଶ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦେବଙ୍କ ବାସଭବନରେ ଦଳର ମିଡିଆ ସେଲ୍ କାର୍ଯ୍ୟ କରୁଥିଲା। ଯାହାକି ପରବର୍ତ୍ତୀ ସମୟରେ ବନ୍ଦ ହୋଇଥିଲେ ମଧ୍ୟ ସେଠାରେ ସମସ୍ତ ସରଞ୍ଜାମ ଓ ଉପକରଣ ଏବେବି ରହିଛି।

ଚର୍ଚ୍ଚା ହେଉଛି, ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ ବିଜେଡିରେ ସାମିଲ ହୋଇ ଅମର ପଟ୍ଟନାୟକ ନିଜକୁ ଦଳର ପ୍ରମୁଖ ରଣନୀତିକାର ଭାବେ ଅଭିହିତ କରିବାରେ ଲାଗିଥିଲେ। ଏପରିକି ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବାବେଳେ ବରିଷ୍ଠ ସାଂସଦମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମଧ୍ୟ ପଛାଉ ନଥିଲେ। ନିଜସ୍ୱ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ବ୍ୟକ୍ତିଗତ ଭାବେ ଗଣମାଧ୍ୟମ ସଂସ୍ଥା ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସମାଲୋଚନା କରିବାକୁ ମଧ୍ୟ ସେ ପଛାଉ ନଥିଲେ। ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ଦର୍ଶାଇ ସେ କରୁଥିବା ଏହି ସବୁ ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଦଳରେ ଚର୍ଚ୍ଚା।

ଅଧିକ ପଢ଼ନ୍ତୁ >> ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ…

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story