hnb
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ମାମଲାରେ ବିଜେପି ଉପରେ ବର୍ଷିଛି ବିଜେଡି। ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଚାହୁଁନାହିଁ ବୋଲି ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଇପସିତା କହିଛନ୍ତି ଯେ, ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ। ପରୀକୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ। ବିଗତ କିଛି ଦିନରେ ଏସଆଇଟି ନ୍ୟାୟଳୟଙ୍କୁ ୩ଟି ରିପୋର୍ଟ ପ୍ରଦାନ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କ ଉତ୍ତର ଦେଇଛନ୍ତି। ଏସଆଇଟି ଯେଉଁ ମାର୍ଗରେ ତଦନ୍ତ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି କୋର୍ଟ କହିଛନ୍ତି।
ହେଲେ ବିଜେପିର ଲେଖାଶ୍ରୀ ସାମନ୍ତ ସିଂହାର ପରୀକୁ ନ୍ୟାୟ ଦେବାକୁ ଚାହୁଛନ୍ତି ନା ନାହିଁ ତାଙ୍କର ମନଭାବ ମୁଁ ଏଯାଏ ଜାଣିପାରାନି। ଯଦି ସେ ପରୀକୁ ନ୍ୟାୟଦେବାକୁ ଚାହୁଛନ୍ତି ସେ କାହିଁକି ଅଭିଯୁକ୍ତଙ୍କ ବିରୋଧରେ ନଯାଇ ଅଭିଯୁକ୍ତଙ୍କ ସପକ୍ଷରେ କାହିଁକି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରଇଚନ୍ତି। ଯଦି ସେ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚାହାନ୍ତି ତେବେ ସେ ନ୍ୟାୟାଳୟ ଯାଇପାରିବେ ବୋଲି ସେ କହିଛନ୍ତି। ତାହା ନକରି ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/hnb.jpg)