ନୋଟ୍ ଅଭାବ ସମସ୍ୟାରେ ବିଜେଡିର ୨ଘଣ୍ଟିଆ ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ନୋଟ୍ ଅଭାବ ଜନିତ ସମସ୍ୟା ଦେଖାଦେଇଛି। ସେଥିପାଇଁ ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ୨ଘଣ୍ଟିଆ ପ୍ରତିବାଦ କରୁଛି।  ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି।  ଏଥିସହ ସବୁ ସବ୍‌ଡ଼ିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କଗୁଡ଼ିକ ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ବିଧାୟକ ସଞ୍ଜୟ ଦାସବର୍ମା ଗତକାଲି ସୂଚନା ଦେଇଥିଲେ। ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ଗତକାଲି ମୋଦି ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି।