bjd flag
ବୌଦ୍ଧ/ଯାଜପୁର(ଓଡ଼ିଶା ରିପୋର୍ଟର): ଆଜି ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସକାଳୁ ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଦେଖାଦେଲାଣି ବିଜେଡି ଟ୍ରେଣ୍ଡ । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।
ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ବୌଦ୍ଧରେ ସମୁଦାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ୨ଟି ୱାର୍ଡ ।
ଏହାବାଦ ରାଜ୍ୟରେ ସମୁଦାୟ ୧୦୮ ପୌରାଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡି ୫୭, ବିଜେପି ୧୯, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୭ଟିରେ ଆଗୁଆ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/bjd-5.jpg)