ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ୪୨ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗ ପାଣି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୮ ବେଳେ ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗଙ୍ଗ ପାଣିଙ୍କୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଙ୍ଗ ପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ […]

attack

attack

Jitendra Garnayak
  • Published: Sunday, 18 September 2022
  • Updated: 18 September 2022, 09:53 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ୪୨ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗ ପାଣି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୮ ବେଳେ ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗଙ୍ଗ ପାଣିଙ୍କୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଙ୍ଗ ପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

ଗଙ୍ଗ ପାଣି ଗତକାଲି ସନ୍ଧ୍ୟାରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରୁ ବାଇକ ଯୋଗେ ବାହାରି କୌଣସି କାମରେ ତାଳସାକର ଯାଉଥିବା ବେଳେ ବୁରୁଝୋଳା ଛକ ନିକଟରେ ଦୁଇରୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ l

ଗଙ୍ଗ ପାଣିଙ୍କୁ ଆକ୍ରମଣର କାରଣ ଜଣା ପଡ଼ି ନଥିବା ବେଳେ ବୁଗୁଡ଼ା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗଙ୍ଗ ପାଣିଙ୍କ ନିଜ ଗ୍ରାମ ଖୋଳଖାଳି ହୋଇଥିବା ବେଳେ ସେ ଚଳିତ ବର୍ଷ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos