Advertisment

ରାଜ୍ୟସଭା: ଆଜି ଡେମୋ ଦେଖାଇଲେ ବିଜେଡିର ୪ ପ୍ରାର୍ଥୀ, କାଲି କରିବେ ଦାଖଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ୪ଟି ରାଜ୍ୟସଭା ଆସନ ପାଇଁ ଆସନ୍ତାକାଲି ବିଜେଡିର ୪ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ଛୁଟିଦିନ ସତ୍ତ୍ୱେ ବିଜେଡିର ଏହି ୪ ପ୍ରାର୍ଥୀ ବିଧାନସଭା ଲିଗାଲ୍ ସେଲ୍ ପରିସରରେ ନିଜର ନାମାଙ୍କନ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ଇତିହାସରେ ପ୍ରଥମଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ […]

ଅଦ୍ୟତନ ହୋଇଛି
ରାଜ୍ୟସଭା: ଆଜି ଡେମୋ ଦେଖାଇଲେ ବିଜେଡିର ୪ ପ୍ରାର୍ଥୀ, କାଲି କରିବେ ଦାଖଲ

BJDq

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ୪ଟି ରାଜ୍ୟସଭା ଆସନ ପାଇଁ ଆସନ୍ତାକାଲି ବିଜେଡିର ୪ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ଛୁଟିଦିନ ସତ୍ତ୍ୱେ ବିଜେଡିର ଏହି ୪ ପ୍ରାର୍ଥୀ ବିଧାନସଭା ଲିଗାଲ୍ ସେଲ୍ ପରିସରରେ ନିଜର ନାମାଙ୍କନ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ଇତିହାସରେ ପ୍ରଥମଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବେ। ତାଙ୍କ ପରିବର୍ତ୍ତେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବେ ବୋଲି ଜଣାପଡ଼ିିଛି।

Advertisment

ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ୩ଟି ଆସନ ପାଇଁ ଆସନ୍ତାକାଲି ମେ’ ୩୧ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଥିବାବେଳେ ଅନ୍ୟ ଗୋଟିଏ ଆସନ ପାଇଁ ଜୁନ୍ ୩ରେ ଶେଷ ତାରିଖ ଅଛି । ବିଜେଡିର ସମସ୍ତ ୪ ପ୍ରାର୍ଥୀ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ମଧ୍ୟାହ୍ନରେ ବିଧାନସଭାକୁ ଆସି ଲିଗାଲ୍ ସେଲରେ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତି ସହ ନାମାଙ୍କନ ପତ୍ର ଦାଖଲର ଡୋମୋ କାର୍ଯ୍ୟ ସାରିଛନ୍ତି । ଆସନ୍ତାକାଲି ବିଧିବଦ୍ଧ ଭାବେ ଦଳୀୟ ବିଧାୟକ(ପ୍ରସ୍ତାବକ)ମାନଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ । ଦିନ ୧୧ଟାରୁ ୧୨ଟା ମଧ୍ୟରେ ବିଜେଡିର ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର କରିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରତ୍ୟେକ ପ୍ରାର୍ଥୀ ୩ସେଟ୍ ଲେଖାଏ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ସମର୍ଥକ ରହିଥିବା ବିଧାୟକମାନଙ୍କୁ ବିଧାନସଭାରେ ଉପସ୍ଥିତ ଦିନ ୧୦ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟର ୩ଟି ରାଜ୍ୟସଭା ଆସନ ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ୩୭ଟି ପ୍ରଥମ ପସନ୍ଦ ଭୋଟ୍ ଆବଶ୍ୟକ ରହିଛି । ଆବଶ୍ୟକ ସଂଖ୍ୟକ ସମର୍ଥକ ବିଜେଡି ସପକ୍ଷରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି କୌଣସି ପ୍ରାର୍ଥୀ ଦେଇନଥିବାରୁ ବିଜେଡି ପ୍ରାର୍ଥୀମାନେ ନିଦ୍ୱନ୍ଦ୍ୱରେ ବିଜୟୀ ହେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି।

Advertisment
Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe