ଦଳିତଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ର ସରକାରଙ୍କ ବିଫଳତା ପ୍ରତିବାଦରେ ବିଜେଡିର ବିକ୍ଷୋଭ

Ordigital Desk
  • Published: Friday, 13 October 2017
  • , Updated: 13 October 2017, 12:49 PM IST
<p>ଭୁବନେଶ୍ୱର: ଦଳିତଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ର ସରକାରଙ୍କ ବିଫଳ଼ ହୋଇଥିବା ଅଭିଯୋଗ କରି ବିଜେଡି ଦଳିତ ସାମ୍ମୁଖ୍ୟ ପକ୍ଷରୁ ଆଜି ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି। ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ଓ ଗୁଜରାଟରେ ଦଳିତଙ୍କୁ ହତ୍ୟା, ଧର୍ଷଣ ଓ ନିର୍ଯାତନା ପ୍ରତିବାଦରେ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆ ସ୍ମାରକପତ୍ର ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗଣଧାରଣାରେ ଦଳର ବହୁ ବିଧାୟକ, ସାଂସଦ ଓ ନେତୃମଣ୍ଡଳୀ ଯୋଗ ଦେଇଛନ୍ତି।</p>

Related story