ଓଡ଼ିଶାରେ ୩ ବିଜେପି ଓ ୨ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୫ଟିର ଫଳାଫଳ ଆସୁଛି। ଏଥିରେ ୩ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୨ଟିରେ ଆଗରେ ରହିଛି। ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ […]

aparajita

Tapaswini Nayak
  • Published: Thursday, 23 May 2019
  • , Updated: 23 May 2019, 09:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୫ଟିର ଫଳାଫଳ ଆସୁଛି। ଏଥିରେ ୩ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୨ଟିରେ ଆଗରେ ରହିଛି।

ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ ୪୦୦୦ ଭୋଟରେ ଆଗୁଆ ଅଛନ୍ତି।

ଆସିକା ଲୋକସଭାରେ ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗରେ ଚାଲିଥିବା ବେଳେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀ ରମେଶ ମାଝୀ ଆଗରେ ଚାଲିଛନ୍ତି।

ଅନ୍ୟପକ୍ଷରେ ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୨୭ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ଏଥିରେ ୨୦ଟିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ୬ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି।

Related story