Advertisment

ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଚାପ ପକାଉଛି ବିଜେଡି: ବିଜେପି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପୌର ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ତେବେ ଶେଷ ଦିନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ବିରୋଧୀ ପ୍ରାର୍ଥୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି। ଶସକ ଦଳ ଧମକ ଚମକ ଦେଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହୁଥିବା ଅଭିଯୋଗ ହୋଇଛି। ଏପରିକି କିଛି ପ୍ରାର୍ଥୀ ଡରରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା କୁହାଯାଉଛି।  ଡରରେ ଯେପରି ଅନ୍ୟ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଚାପ ପକାଉଛି ବିଜେଡି: ବିଜେପି

BJP

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପୌର ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ତେବେ ଶେଷ ଦିନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ବିରୋଧୀ ପ୍ରାର୍ଥୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି। ଶସକ ଦଳ ଧମକ ଚମକ ଦେଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହୁଥିବା ଅଭିଯୋଗ ହୋଇଛି।

Advertisment

ଏପରିକି କିଛି ପ୍ରାର୍ଥୀ ଡରରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା କୁହାଯାଉଛି।  ଡରରେ ଯେପରି ଅନ୍ୟ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବେ ସେଥିଲାଗି ବିଜେପି ଦଳର ନେତାମାନେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଗି ରହିଛନ୍ତି।

'ବିଜୁ ଜନତା ଦଳ ବିନା ନିର୍ବାଚନରେ ଜିତିବା ପାଇଁ ନିଜର କଳ ବଳ କୌଶଳ ପ୍ରୟୋଗ କରି ଅପଚେଷ୍ଟା ଆରମ୍ଭ କରିଛି। ବ୍ରହ୍ମପୁର ସହରରେ ବିଜେପିର ୪ଜଣ କର୍ପୋରେଟର ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହୃତ କରାଇଛି। ସାରା ବ୍ରହ୍ମପୁରର ପ୍ରତ୍ୟେକଟି ୱାର୍ଡରେ ଏକ ଭୟର ବାତାବରଣ ବିଜେଡି ତିଆରି କରିଛି। ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଯେପରି ଆଉ କୌଣସି ବି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହୃତ ଜୋରଜବରଦସ୍ତି ହେବନି ସେଥିପାଇଁ ଆମେ ଆଶା ରଖିଛୁ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି।'

Advertisment

ସେପଟେ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ବିଜେଡି। ଯଦି କାହାକୁ ଜୋରଜବରଦସ୍ତି ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇଛି ତେବେ ତାଙ୍କୁ ସାମ୍ନାକୁ ଆଣନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

Odisha Municipal Election 2022