Advertisment

ବିଧାୟକଙ୍କୁ ଗିରଫ ପ୍ରତିବାଦ: ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ବିରୋଧ କରି ବିଜେପି ବିଧାୟକମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତକାଲି ପୁଲିସ ଡିଜିଙ୍କୁ ଭେଟିଥିବା ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ବୁକ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରିତା ନିମନ୍ତେ ସରକାର କଠୋର ଆଭିମୁଖ୍ୟ ଓ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ […]

author-image
Ordigital Desk
ଅଦ୍ୟତନ ହୋଇଛି
ବିଧାୟକଙ୍କୁ ଗିରଫ ପ୍ରତିବାଦ: ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

Mohan Majhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ବିରୋଧ କରି ବିଜେପି ବିଧାୟକମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତକାଲି ପୁଲିସ ଡିଜିଙ୍କୁ ଭେଟିଥିବା ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ବୁକ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରିତା ନିମନ୍ତେ ସରକାର କଠୋର ଆଭିମୁଖ୍ୟ ଓ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।

Advertisment

ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ମିଛ କେସ୍‌କୁ ତୁରନ୍ତ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ । କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ । ଅନ୍ୟପକ୍ଷରେ ତା'ପରଦିନ ଏକ ଅଭାବନୀୟ ଘଟଣା କ୍ରମେ ତିଲେଇବଣି ବିଡିଓଙ୍କ ଅଭିଯୋଗକୁ ଭିତ୍ତିିକରି ବିନା ତଦନ୍ତରେ ଘଟଣାର ମୂଳ ଉତ୍ସକୁ ନ ଯାଇ ତତକ୍ଷଣାତ୍ ସରକାରଙ୍କ ସିଧାସଳଖ ଚାପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରୁ ଗିରଫ କରାଯାଇଛି

ସୁପରିକଳ୍ପିତ ଏବଂ ଷଡ଼ଯନ୍ତ୍ର ରଚାଯାଇ ମିଛ କେସ୍‌ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ରାଜ୍ୟରେ ବୁକ୍ ସର୍କୁଲାର-୪୭କୁ ସରକାରୀ ଅଧିକାରୀମାନେ ମାନୁନାହାନ୍ତିି । ଓଡ଼ିଶା ବିଧାନସଭାର ସଦାଚାର କମିଟି ଗତ ଅକ୍ଟୋବର ୨୧ ରୁ ୨୪ ମଧ୍ୟରେ ଦେବଗଡ଼, ସୁନ୍ଦରଗଡ, ଝାରସୁଗୁଡା, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ଅନେକ କିଛି ବ୍ୟତିକ୍ରମ ପରିଲକ୍ଷିତ କରିବା ସହ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସତ୍ତ୍ୱେ ସରକାର ଜାଣିଶୁଣି ଅଣଦେଖା କରୁଛନ୍ତି  ବୋଲି ଶ୍ରୀ ମାଝୀ କହିଛନ୍ତି।

Advertisment

ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ଗଣେଷରାମ ଖୁଂଟିଆ, ବୁଧନ ମୁର୍ମୁ, କେ.ନାରାୟଣ ରାଓଙ୍କ ସମେତ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବିରଂଚି ନାରାୟଣ ତ୍ରିପାଠୀ, ଦିଲୀପ ମଲ୍ଲିକ ଓ ସୁଜିତ୍ କୁମାର ଦାସ ପ୍ରମୁଖ ସାମିଲ ଥିଲେ ।

Bjp Subas Panigrahi