ସମବାୟ ନିର୍ବାଚନ ତୁରନ୍ତ କରିବାକୁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୁରନ୍ତ ସମବାୟ ନିର୍ବାଚନ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ସମବାୟ ସମୂହ ନିବନ୍ଧକଙ୍କୁ ଭେଟି ଦାବି ଉପସ୍ଥାପନ କରିଛି। ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସହ ସଂଯୋଜକ ପବିତ୍ର ମୋହନ ଦାଶଙ୍କ ନେତୃ୍‌ତ୍ୱରେ ସମବାୟ ନିବନ୍ଧକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସମବାୟ ସମିତି ଗୁଡିକ ସ୍ୱତନ୍ତ୍ର, ସ୍ୱାୟତ ଓ ଗଣତାନ୍ତ୍ରିକ ସଂସ୍ଥା। ସମ୍ବିଧାନର ୨୪୩ […]

bjp-logo

Manoranjan Sial
  • Published: Friday, 14 February 2020
  • , Updated: 14 February 2020, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୁରନ୍ତ ସମବାୟ ନିର୍ବାଚନ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ସମବାୟ ସମୂହ ନିବନ୍ଧକଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସହ ସଂଯୋଜକ ପବିତ୍ର ମୋହନ ଦାଶଙ୍କ ନେତୃ୍‌ତ୍ୱରେ ସମବାୟ ନିବନ୍ଧକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସମବାୟ ସମିତି ଗୁଡିକ ସ୍ୱତନ୍ତ୍ର, ସ୍ୱାୟତ ଓ ଗଣତାନ୍ତ୍ରିକ ସଂସ୍ଥା। ସମ୍ବିଧାନର ୨୪୩ ଧାରା ଅନୁଯାୟୀ ସମବାୟ ସମିତିର ଗଣତାନ୍ତ୍ରିକ ଚରିତ୍ର ବଜାୟ ରଖିବା ପାଇଁ କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂଆ ନିର୍ବାଚନ କରିବାର ନିୟମ ରହିଛି। ଏହା ଦ୍ୱାରା ପୁରୁଣା କମିଟି ପାଖରୁ ସିଧାସଳଖ ନୂଆ ନିର୍ବାଚିତ ପରିଷଦ ଦାୟିତ୍ୱ ଗ୍ରହଣ କରିପାରିବେ। ଜାନୁଆରୀ ୨୦ ତାରିଖରୁ ଫେବୃଆରୀ ୨୦ ତାରିଖ ଭିତରେ ସମସ୍ତ ପ୍ରାଥମିକ ସମବାୟ ସମିତିର ଅବଧି ପୂରଣ ହେଉଛି। ଅବଧି ପୂରଣ ହେବାର ୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ବ ହୋଇ ଶେଷ ହେବା କଥା। କିନ୍ତୁ ରାଜ୍ୟ ସରକାର ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ନକରି ବେଆଇନ ଭାବେ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ଦେଇଛନ୍ତି। ଏପରିକି ସମସ୍ତ ସମିତିର ଅବଧି ପୂରିଥିଲେ ମଧ୍ୟ ନିର୍ବାଚନ କମିଶନ ନିଯୁକ୍ତି ହୋଇ ନାହାଁନ୍ତି। ତେଣୁ ଓଡ଼ଶା ସମବାୟ ଆଇନ ଓ ସମ୍ବିଧାନ ସମବାୟ ସମିତିର ନିୟମ ଅନୁସାରେ ତୁରନ୍ତ ନିର୍ବାଚନ କରିବା ପାଇଁ ବିଜେପି ଦାବି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସମବାୟ ସମିତିର ନିର୍ବାଚନ ନକରି ଏକ ଅସ୍ଥାୟୀ ଓ ସଂପୃକ୍ତ ସମିତି ପ୍ରତି ଏକ ଅଣ ଉତ୍ତରଦାୟୀ ପରିଚାଳନା ପରିଷଦ ଗଠନର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ସମ୍ବିଧାନ ବିରୋଧୀ। ଯେପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ନହୋଇଛି ସେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାଳ ପୂରି ଯାଇଥିବା ପରିଚାଳନା କମିଟି ଗୁଡ଼ିକୁ କାର୍ଯ୍ୟକାରୀ ପରିଷଦ ଭାବେ ଦାୟିତ୍ୱରେ ରଖାଯାଉ। ଯଦି ରାଜ୍ୟ ସରକାର ତୁରନ୍ତ ଗଣତାନ୍ତ୍ରିକ ଉପାୟରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ବିଜୟ ରାଉତରାୟ, ଅନୁପ ପରିଡ଼ା, ଗୌରୀଶ୍ୟାମ ପଟ୍ଟନାୟକ, ସୁବାଶ ପ୍ରଧାନ,ପ୍ରତିଭା ଶତପଥୀ, ବନ୍ଧୁ ଚରଣ ସାହୁ, ବିପିନ ପଣ୍ଡା, କଲ୍ୟାଣ ଚାର୍ଟାଜୀ, କେଳୁଚରଣ ଜଗଦେବ, ଗୌରୀଶଙ୍କର ପଟ୍ଟନାୟକ ଏବଂ ରଂଜିତ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Related story