’’ପ୍ରଶ୍ନ କଲେ କଷ୍ଟ ହେଉଛି, ସେମାନେ ହିଁ ପ୍ରକୃତ କଳାପାହାଡ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ସମ୍ପର୍କରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ଲେଖାଶ୍ରୀ ।  ଏଥର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସିଧାସଳଖ ଶାସକ ଦଳକୁ ଟାର୍ଗେଟ ମଧ୍ୟ କରିଛନ୍ତି । ମୁଁ ମୋ ମନ୍ତବ୍ୟରେ କେଉଁଠି ଜଗନ୍ନାଥ ମହାପ୍ରଭୁଙ୍କ ନାଁ ନେଇଛି […]

lekha

lekha

Niharika Rout
  • Published: Wednesday, 18 November 2020
  • Updated: 18 November 2020, 02:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ସମ୍ପର୍କରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ଲେଖାଶ୍ରୀ ।  ଏଥର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସିଧାସଳଖ ଶାସକ ଦଳକୁ ଟାର୍ଗେଟ ମଧ୍ୟ କରିଛନ୍ତି ।

ମୁଁ ମୋ ମନ୍ତବ୍ୟରେ କେଉଁଠି ଜଗନ୍ନାଥ ମହାପ୍ରଭୁଙ୍କ ନାଁ ନେଇଛି କୁହନ୍ତୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।  ଏହାବ୍ୟତୀତ ସେ  କହିଛନ୍ତି, “୨୦ ବର୍ଷ ଶାସନ କାଳରେ ଓଡ଼ିଶାକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି । ଏହାର ଜବାବ ସିଧାସଳଖ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ୟାକୁ ତାକୁ ଲଗାଇ କୁହନ୍ତୁ ନାହିଁ । ପ୍ରଶ୍ନ କଲେ ଶାସକ ଦଳକୁ କଷ୍ଟ ହେଉଛି । ପ୍ରକୃତରେ ସେମାନ ହିଁ କଳାପାହାଡ।”

ସେ ଆହୁରି କହିଛନ୍ତି ଯେ, “ମୁଁ ଓଡ଼ିଶାକୁ ଅପମାନିତ କରିନି । ଓଡ଼ିଶାକୁ ପଛୁଆ କରିଥିବା ଲୋକେ ଅପମାନିତ ହେବା ଭାବୁଛନ୍ତି । ମୋତେ ଓଡ଼ିଶାବାସୀଙ୍କ ଆଗରେ କଳା ଚିତ୍ର ଦେବାକୁ ଚାହୁଁଛନ୍ତି, ମୋତେ କଳାପାହାଡର ଭଉଣୀ ବୋଲି କହୁଛନ୍ତି । ଯେଉଁମାନ ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲି ଦେଇଛନ୍ତି ସେମାନ କଳାପାହାଡ ହେଲେନି କି? ନିଜ ଭୁଲକୁ ଲୁଚାଇବା ପାଇଁ ଆମକୁ ଅପମାନିତ କରାଯାଉଛି ।” ଛେନାରୁ ଚୋପା ଛଡାଇଲା ଭଳି ମୋର ମନ୍ତବ୍ୟକୁ ନେଇ ରାଜନୀତି କରାନଯାଉ ବୋଲି ଲେଖାଶ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଦେଶବାସୀ ପୁରୀ ସହର କଲିକତାରେ ବୋଲି ଭାବୁଥିବା ଲେଖାଶ୍ରୀ  କହିଥିଲେ। ହେଲେ ସମ୍ୱିତ ପାତ୍ର ପୁରୀରୁ ଛିଡ଼ା ହେବା ପରେ ଲୋକେ ଏହାକୁ ଓଡ଼ିଶାର ବୋଲି କହିଲେ ବୋଲି ସେ ନିଜ ବୟାନରେ କହିଥିଲେ । ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା।

ଏହାକୁ କଡ଼ା ସମାଲୋଚନା କରି ବିଜେଡି ନେତା ଅରୂପ ପଟ୍ଟନାୟକ ଲେଖାଶ୍ରୀଙ୍କ ନାଁ ନ ନେଇ କହିଥିଲେ,  “ ପ୍ରଭୁ ଜଗନ୍ନାଥ ଏବଂ ପୁରୀ ବିନା ଓଡ଼ିଶାର ଅସ୍ତିତ୍ୱ ନାହିଁ। ଏମିତି କହି ସେ ନିର୍ବୋଧ, ବାଚାଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। ଜଗନ୍ନାଥଙ୍କୁ ଧ୍ୱଂସ କରିବା ପାଇଁ କଳାପାହାଡ଼ ଆସିଥିଲେ। ତାଙ୍କର  ଭଉଣୀ ଭଳି ସେ ବ୍ୟବହାର କରୁଛନ୍ତି। ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ ବିଜେପିର ଅନୁମୋଦନ ଥିଲା ଭଳି ଲାଗୁନି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos