Advertisment

ମୋଦି ଶାସନରେ ଓଡ଼ିଶା ଲେଖିବ ନୂଆ ଅଧ୍ୟାୟ: ଦେଶକୁ ମିଳିବ ପ୍ରଥମ ଆଦିବାସୀ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ମେଂଟ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୌପଦ୍ରୀ ମୁର୍ମୁଙ୍କୁ ମନୋନୀତ କରିଛି । ଏନଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ନାଁ ଘୋଷଣା ସହ ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସଂଖ୍ୟା ଓ ସମର୍ଥନ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାରୁ ଦେଶର ପ୍ରଥମ ଆଦିବାସୀ ଭାବେ ଶ୍ରୀମତୀ ମୁର୍ମୁ ଭାରତର ଏହି ସର୍ବୋଚ୍ଚ ପଦବୀରେ ଆସୀନ ହେବେ। ଆସନ୍ତାକାଲି ୬୫ବର୍ଷ ବୟସରେ ପଦାର୍ପଣ […]

ଅଦ୍ୟତନ ହୋଇଛି
ପ୍ରଚାର ପାଇଁ ଆସନ୍ତାକାଲି ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

Draupadi-Murmu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ମେଂଟ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୌପଦ୍ରୀ ମୁର୍ମୁଙ୍କୁ ମନୋନୀତ କରିଛି । ଏନଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ନାଁ ଘୋଷଣା ସହ ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସଂଖ୍ୟା ଓ ସମର୍ଥନ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାରୁ ଦେଶର ପ୍ରଥମ ଆଦିବାସୀ ଭାବେ ଶ୍ରୀମତୀ ମୁର୍ମୁ ଭାରତର ଏହି ସର୍ବୋଚ୍ଚ ପଦବୀରେ ଆସୀନ ହେବେ।

Advertisment

ଆସନ୍ତାକାଲି ୬୫ବର୍ଷ ବୟସରେ ପଦାର୍ପଣ କରୁଥିବା ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରାଇ ଓଡ଼ିଶାକୁ ଏକ ସୁନ୍ଦର ଉପହାର ଦେଇଛି। ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ଦୀର୍ଘ ୩ବର୍ଷ ଧରି ଆଦିବାସୀ ଉପଦେଷ୍ଟା କମିଟି ଓ ସ୍ୱତନ୍ତ୍ର ବିକାଶ ପରିଷଦକୁ ପଙ୍ଗୁ କରି ରଖିବା ସହ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀଙ୍କୁ ସେମାନଙ୍କ ହକ୍ ଓ ଅଧିକାର ଦେବାରୁ ବଂଚିତ କରୁଥିବାବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମେଂଟ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ପରେ ଏବେ ଅନ୍ୟଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ଆସୀନ କରାଇବାକୁ ନିଷ୍ପତ୍ତି ନେଇଛି। ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବାକୁ ନିଷ୍ପତ୍ତି ନେଇ ଏନଡିଏ ପରୋକ୍ଷରେ ନିଜର ପରିପକ୍ୱ ରାଜନୀତିକ ଗୋଟିଚାଳନା କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମୟୂରଭଞ୍ଜର ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଶ୍ରୀମତୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିବା ପରଠୁ ଆଉ ପଛକୁ ଫେରିନାହାନ୍ତି । ବିଏ ପାସ୍ କରିଥିବା ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ପଦବୀରୁ ଏବେ ଦେଶର ସର୍ବୋଚ୍ଚ ପଦବୀକୁ ଅଳଙ୍କୃତ କରିବାର ମାର୍ଗ ଏନଡିଏର ଘୋଷଣା ସହ ପ୍ରଶସ୍ତ ହୋଇଛି । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଂଟ ସରକାରରେ ଶ୍ରୀମତୀ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ରାଇରଙ୍ଗପୁର ଆସନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ । ସାନ୍ତାଳୀ ସମୁଦାୟର ମହିଳା ଶ୍ରୀମତୀ ମୁର୍ମୁଙ୍କୁ ୨୦୧୫ ମସିହାରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ କରି ବିଜେପି ପଠାଇଥିଲା। ୨୦୨୦ ମସିହାରେ ତାଙ୍କର କାର୍ଯ୍ୟକାଳ ସରିଥିଲା ଓ ତାଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ବିଜେପି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Advertisment

ତେବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇ ବିଜେପି ଗୋଟିଏ ଗୁଳିରେ ଏକାଧିକ ଶିକାର କରିଛି। ପ୍ରଥମତଃ ଆଦିବାସୀ ଭୋଟକୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେବ। ଦ୍ୱିତୀୟତଃ ଜଣେ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମହିଳାଙ୍କ ଅଧିକାରର କାର୍ଡ ମଧ୍ୟ ଖେଳିଛି। ତୃତୀୟତଃ ଓଡ଼ିଶାରେ ବିଜେଡି ଏବେ ମୟୂରଭଞ୍ଜ ଜିଲ୍ଲାରେ ନିଜର ସବୁ ଶକ୍ତି ଖଟାଇ ସଂଗଠନକୁ ସୁଦୃଢ଼ କରୁଥିବାବେଳେ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମୟୂରଭଞ୍ଜର ଆଦିବାସୀ ସାଂସଦ ବିଶେଶ୍ୱର ଟୁଡ଼ୁଙ୍କୁ କେନ୍ଦ୍ର ମନ୍ତ୍ରୀ କରାଇଛି ଆଉ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇ ଓଡ଼ିଶାରେ ଭୋଟ୍ ବ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତା’ଛଡ଼ା ମୋଦି ଶାସନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ, ରାଜ୍ୟପାଳ ପଦବୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆ ଆସୀନ ହୋଇପାରିଛନ୍ତି । ଯାହା ଓଡ଼ିଶା ପାଇଁ ଏକ ନୂଆ ଅଧ୍ୟାୟ ହୋଇଛି ।

ସମଦୂରତ୍ୱ କଥା କହି କେନ୍ଦ୍ରରେ ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଅଜାଡ଼ି ଦେଉଥିବା ରାଜ୍ୟରେ କ୍ଷମତାସୀନ ବିଜେଡି ଏବେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ଏକପ୍ରକାର ବାଧ୍ୟବାଧକତା ହୋଇପଡ଼ିଛି । ଆଂଚଳିକ କାର୍ଡ ଖେଳୁଥିବା ବିଜେଡି ପାଇଁ ଦ୍ରୌପଦୀଙ୍କୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ହିଁ ନଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

President Election Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe