Advertisment

ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଜେପି ବିଧାୟକଗଣ: ଗ୍ରାମାଂଚଳରେ କରୋନା ସଂକ୍ରମଣ ରୋକିବାକୁ ତୁରନ୍ତ ପଦକ୍ଷେପ ନିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳ ତଥା ଆଦିବାସୀବହୁଳ ଅନୁନ୍ନତ ଅଂଚଳରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭତ୍ତିରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିଜେପି ବିଧାୟକମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଜେପି ବିଧାୟକଗଣ ଦାବି କରିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର (ସବସେଣ୍ଟରଠୁ ସିଏଚସି ପର୍ଯ୍ୟନ୍ତ)ର ଭିତ୍ତିଭୂମି ସୁଦୃଢ଼ କରି ଘରକୁ ଘର ବ୍ୟାପକ ଟେଷ୍ଟିଂ ଓ ଟ୍ରେସିଂର ବ୍ୟବସ୍ଥା କରାଯାଉଛି। ରାଜ୍ୟର ସିଏଚସି(କମ୍ୟୁନିଟି ହେଲଥ […]

ଅଦ୍ୟତନ ହୋଇଛି
ପକ୍କାଘର ଅଯୋଗ୍ୟ ନେଉଛନ୍ତି, ଯୋଗ୍ୟ ପାଉନାହାନ୍ତି, ଲଢ଼େଇ କରିବ ବିଜେପି

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳ ତଥା ଆଦିବାସୀବହୁଳ ଅନୁନ୍ନତ ଅଂଚଳରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭତ୍ତିରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିଜେପି ବିଧାୟକମାନେ ଦାବି କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଜେପି ବିଧାୟକଗଣ ଦାବି କରିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର (ସବସେଣ୍ଟରଠୁ ସିଏଚସି ପର୍ଯ୍ୟନ୍ତ)ର ଭିତ୍ତିଭୂମି ସୁଦୃଢ଼ କରି ଘରକୁ ଘର ବ୍ୟାପକ ଟେଷ୍ଟିଂ ଓ ଟ୍ରେସିଂର ବ୍ୟବସ୍ଥା କରାଯାଉଛି। ରାଜ୍ୟର ସିଏଚସି(କମ୍ୟୁନିଟି ହେଲଥ ସେଣ୍ଟର)ଗୁଡ଼ିକରେ ଗ୍ରାମାଂଚଳର କୋଭିଡ୍ ସଂକ୍ରମିତଙ୍କୁ ଜରୁରୀକାଳିନ ଚିକିତ୍ସା ଯୋଗାଇବା ପାଇଁ ଅତିକମରେ ୨୦ଟି ଶଯ୍ୟାର ବ୍ୟବସ୍ଥା କରି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ।

ଜିଲ୍ଲାସ୍ତରୀୟ କୋଭିଡ୍ କେୟାର ସେଂଟର କେବଳ ବେଡ୍ କିଣାରେ ସୀମିତ ନରହି ଆବଶ୍ୟକୀୟ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ। ବିଳମ୍ବ ନକରି ଅକ୍ସିଜେନ, ଭେଂଟିଲେଟରଯୁକ୍ତ ଶଯ୍ୟା ଓ ଆଇସିୟୁ ଯୁକ୍ତ ବେଡର ବ୍ୟାପକତାକୁ ପ୍ରାଥମିକତା ଦିଆଯାଉ। ବୈଷୟିକ କର୍ମଚାରୀଙ୍କ ଅଭାବ କାରଣରୁ ମେଡିକାଲ ଯନ୍ତ୍ରପାତି ବ୍ୟବହାର ହୋଇପାରୁନାହିଁ ଏବଂ ରୋଗୀମାନେ ପ୍ରାଣ ହରାଉଛନ୍ତି। ଭେଂଟିଲେଟର ଅପରେଟର, ଅକ୍ସିଜେନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ଯନ୍ତ୍ରପାତି ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ବୈଷୟିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି କରାଯାଉ।

Advertisment

ଗ୍ରାମାଂଚଳରେ କୋଭିଡ୍ ଭୂତାଣୁରେ ସଂକ୍ରମିତ ବହୁ ପରିବାରରେ ସଂଗରୋଧରେ ରହିବାର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପଂଚାୟତ ସ୍ତରରେ କାର୍ଯ୍ୟକ୍ଷମ ନଥିବା ଟିଏମସି ଏବଂ ସଂଗରୋଧ ଗୃହକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ତଥା ସବୁ ବର୍ଗର ଲୋକଙ୍କୁ ନେଇ ପଂଚାୟତସ୍ତରରେ କୋଭିଡ୍ କ୍ରାଇସିସ୍ ମ୍ୟାନେଜମ୍ୟାଂଟ କମିଟି ଗଠନ କରିି ଟିଏମସି / ସଂଗରୋଧ ଗୃହର ସୁପରିଚାଳନା ଦାୟିତ୍ୱ ଦିଆଯାଉ। କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟିର ତତ୍ୱାବଧାନରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପଂଚାୟତ ସ୍ତରରେ ବ୍ୟାପକ ଟିକାକରଣର ବ୍ୟବସ୍ଥା କରାଯାଉ।

କୋଭିଡ୍ ସଂକ୍ରମିତ ବ୍ୟକ୍ତିର ମୃତ୍ୟୁ ସମ୍ବନ୍ଧୀୟ ପ୍ରକୃତ ତଥ୍ୟକୁ ସରକାର ଲୁଚାଉ ଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କୋଭିଡ୍ ସଫଳ ମୁକାବିଲା କରିବା ପାଇଁ ମିଥ୍ୟା ତଥ୍ୟର ଆଧାର ଉପରେ ଯୋଜନା କଲେ ତାହା କୋଭିଡ୍ ମୁକାବିଲା ପାଇଁ ଫଳପ୍ରଦ ହେବ ନାହିଁ ବୋଲି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବୋଲି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ବିଧାୟକ ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe