ପୁରୀ ଓ କୋଣାର୍କକୁ 'ଆଇକନିକ' ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ସାମିଲ ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାରୁ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଏହି ଦୁଇ କ୍ଷେତ୍ରକୁ ସ୍ଥାନ ଦିଆଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି। ୨୦୧୯-୨୦ ବଜେଟରେ […]

konark

Manoranjan Sial
  • Published: Friday, 09 August 2019
  • , Updated: 09 August 2019, 04:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର 'ଆଇକନିକ୍' ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାରୁ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଏହି ଦୁଇ କ୍ଷେତ୍ରକୁ ସ୍ଥାନ ଦିଆଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି।

୨୦୧୯-୨୦ ବଜେଟରେ ହୋଇଥିବା ଘୋଷଣା ଅନୁସାରେ 'ଆଇକନିକ' ପର୍ଯ୍ୟଟନସ୍ଥଳୀ ବିକାଶ ପ୍ରକଳ୍ପରେ ଏହି ଦୁଇ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇପାରିନାହିଁ। ତେଣୁ ଓଡ଼ିଶାର ବିଜେପି ସାଂସଦମାନେ ପୁରୀ ଓ କୋଣାର୍କକୁ ଏଥିରେ ସ୍ଥାନ ଦେବା ଲାଗି ଅନୁରୋଧ କରିଛନ୍ତି।

Related story