ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ ବିଜେପି କର୍ମୀ: କାର୍‌ ଭାଙ୍ଗିଲେ, ପୋଷ୍ଟର ଫାଡ଼ିଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଏକଜିଦିଆ ନୀତିକୁ ନେଇ ତାତିଛି ବିଜେପି। ଏପରିକି ତୀବ୍ର ରୂପ ନେଇଛି ଜନ ଆକ୍ରୋଶ। ଆଜି ଶତାଧିକ ବିଜେପି କର୍ମୀ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଟାଣି ଭାଙ୍ଗି ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ବହୁ ସରକାରୀ ପୋଷ୍ଟର ଫାଡ଼ି ଦେଇଛନ୍ତି। ହେଲେ ସେପରି କିଛି ହୋଇ […]

protest

Niharika Rout
  • Published: Thursday, 06 January 2022
  • , Updated: 06 January 2022, 02:52 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଏକଜିଦିଆ ନୀତିକୁ ନେଇ ତାତିଛି ବିଜେପି। ଏପରିକି ତୀବ୍ର ରୂପ ନେଇଛି ଜନ ଆକ୍ରୋଶ। ଆଜି ଶତାଧିକ ବିଜେପି କର୍ମୀ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଟାଣି ଭାଙ୍ଗି ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ବହୁ ସରକାରୀ ପୋଷ୍ଟର ଫାଡ଼ି ଦେଇଛନ୍ତି। ହେଲେ ସେପରି କିଛି ହୋଇ ନ ଥିବା କହି ଘଟଣାକୁ ଘଣ୍ଟ ଘୋଡ଼ାଇଛନ୍ତି ବିଜେପିର ଉପସଭାପତି ବିଷ୍ଣୁ ସେଠୀ।

ସୂଚନାଯୋଗ୍ୟ,  ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ କୁହୁଳୁଛି ଜନ ଅସନ୍ତୋଷ। ଆଜି ଏହି ପ୍ରସଙ୍ଗରେ ଭଦ୍ରକ ସହରରେ ବିଜେପିର ଏକ ମିଟିଂ ଚାଲିଥିବା ବେଳେ ସେଠାର ବିଷ୍ଣୁ ସେଠୀ, ମନମୋହନ ସାମଲ ପ୍ରମୁଖ ଦଳର ତୁଙ୍ଗ ନେତା ଉପସ୍ଥିତ ଥିଲେ। ସଭା ସରିବା ପରେ ଦଳର ନେତାମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ନିମନ୍ତେ ଯିବା କାର୍ଯ୍ୟକ୍ରମ ଥିଲା। ହେଲେ ତାହା ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା।

[caption id="attachment_704554" align="aligncenter" width="650"] ଭଦ୍ରକରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।[/caption]

ହଠାତ୍‌ ଶତାଧୀକ ଯୁବକ ଦଳର ବ୍ୟାନର ଧରି ସ୍ଲୋଗାନ ଦେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଥିଲେ। ପୁଲିସ୍‌ର କଡ଼ା ବିରୋଧ ସତ୍ତ୍ୱେ ତୁମୁଳ କାଣ୍ଡ ଘଟାଇଲେ ବିଜେପି କର୍ମୀ । କିଛି କ୍ଷଣ ପାଇଁ ଋଣକ୍ଷେତ୍ର ପାଲଟିଲା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ । ବିଜେପି କର୍ମୀ ସେଠାରେ ଚେୟାର ଭାଙ୍ଗିବା ସହ ଜ଼ିଲ୍ଲାପାଳଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଭଦ୍ରକ ଏସ୍‌ପି ଚରଣ ସିଂହ ମିନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି କହିଛନ୍ତି। 

ଏନେଇ ବିଜେପି ଉପସଭାପତି ବିଷ୍ଣୁ ସେଠୀ କହିଛନ୍ତି, ସରକାର ନିଜ ଇଚ୍ଛା ମୁତାବକ ତାଲିକା ପରିବର୍ତ୍ତନ କରୁଛନ୍ତି, ସଂରକ୍ଷଣ ଉଠାଇ ଦେଉଛନ୍ତି । ଲୋକଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଫୁଟିକୁ ବାହାରୁଛି। କିଏ ପଶି ଭଙ୍ଗାରୁଜା କଲା ଆମେ ଜାଣିନୁ।  ମୁଁ ମଞ୍ଚରେ ଥିଲି କିଛି ଜାଣିନି। ଖବର ପାଇ ସେମାନଙ୍କୁ ଘଉଡ଼ାଇକି ଆଣିଛି। ପିଲା କେବଳ ଗୋଟିଏ ବ୍ୟାନର ଚିରି ଦେଇଛନ୍ତି। ଆଉ କିଛି ନୁହେଁ।

[caption id="attachment_704555" align="aligncenter" width="650"] ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡ଼ିକୁ ଭଙ୍ଗାରୁଜା କରୁଛନ୍ତି।[/caption]

ଏନେଇ ବିଜେପି ନେତା ମନମୋହନ ସାମଲ କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ସହ ଖେଳିବା ବନ୍ଦ କରନ୍ତୁ। ସୁପ୍ରିମ କୋର୍ଟଙ୍କ ଦ୍ୱାରା ଲାଗୁ ସଂରକ୍ଷଣ ନିୟମକୁ ତୁରନ୍ତ ଲାଗୁ କରନ୍ତୁ। ନଚେତ ରାଜ୍ୟ ସାରା ଏପରି ଜନଆନ୍ଦୋଳନ ଦେଖିବାକୁ ମିଳିବ ।

ଭଦ୍ରକ ସହରରେ ବିଜେପିର ଏକ ସଭା ଚାଲିଥିବା ବେଳେ ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ହେଲେ ଅତର୍କିତ ଭାବେ କିଛି ବ୍ୟକ୍ତି ଗେଟ୍‌ ଭାଙ୍ଗି ପଶି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି। ତେଣୁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ।

https://youtu.be/oDcoResgfMg

Related story