ମୃତ୍ୟୁକୁ ଜିତିବାର ଗୁଣିଆ କରୁଛି ଅପଚେଷ୍ଟା

ବରଗଡ଼(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ବିରୋଧରେ ଯେତେ ସଚେତନ କରାଯାଉ କିମ୍ବା ତାନ୍ତ୍ରିକ ବିରୋଧରେ ଦଣ୍ଡବିଧାନ ହେଉ, ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଖେଳ ଆଜି ବି ଦେଖିବାକୁ ମିଳୁଛି । ଝଡ଼ାଫୁଙ୍କା ବାହାନାରେ ମୃତ୍ୟୁକୁ ଜିତିବାର ଅପଚେଷ୍ଟା କରାଯାଉଛି । ମଲା ମଣିଷକୁ ବଂଚାଇବାକୁ ଗୁଣିଆ କରୁଛି ବୃଥା ପ୍ରୟାସ । ବରଗଡ଼ ଜିଲ୍ଲା ପଦ୍ମପୁର ମେଡିକାଲ୍ ପରିସରରେ ପୁଣି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମେଡ଼ିକାଲର ଶବ ବ୍ୟବଛେଦ ଘର ସାମ୍ନାରେ ମୃତଦେହ। ଘେରିରହିଛନ୍ତି ଶୋକସନ୍ତପ୍ତ […]

b-90

Tapas Behera
  • Published: Sunday, 23 June 2019
  • , Updated: 23 June 2019, 09:02 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ବିରୋଧରେ ଯେତେ ସଚେତନ କରାଯାଉ କିମ୍ବା ତାନ୍ତ୍ରିକ ବିରୋଧରେ ଦଣ୍ଡବିଧାନ ହେଉ, ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଖେଳ ଆଜି ବି ଦେଖିବାକୁ ମିଳୁଛି । ଝଡ଼ାଫୁଙ୍କା ବାହାନାରେ ମୃତ୍ୟୁକୁ ଜିତିବାର ଅପଚେଷ୍ଟା କରାଯାଉଛି । ମଲା ମଣିଷକୁ ବଂଚାଇବାକୁ ଗୁଣିଆ କରୁଛି ବୃଥା ପ୍ରୟାସ । ବରଗଡ଼ ଜିଲ୍ଲା ପଦ୍ମପୁର ମେଡିକାଲ୍ ପରିସରରେ ପୁଣି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ମେଡ଼ିକାଲର ଶବ ବ୍ୟବଛେଦ ଘର ସାମ୍ନାରେ ମୃତଦେହ। ଘେରିରହିଛନ୍ତି ଶୋକସନ୍ତପ୍ତ ଆତ୍ମୀୟ ସ୍ୱଜନ। ତାହାରି ଭିତରେ ଗୁଣିଆ ଚଳାଇଛି ଜୀବନ ଫେରାଇ ଆଣିବାର ଅପଚେଷ୍ଟା। ଚାଲିଛି ଝଡ଼ାଫୁଙ୍କା, ତନ୍ତ୍ରପାଠ। ଏପଟେ ଆଖିର ଲୁହକୁ ଆଖିରେ ମାରି ନିର୍ଜୀବ ଶରୀରରେ ଜୀବନ ଫେରିବାକୁ ଆଶା କରି ବସିଛନ୍ତି ପରିବାର ଲୋକେ।

ଟାଲପାଲି ପଞ୍ଚାୟତ ଚାଙ୍ଗରିଆ ଗାଁର ଶପ୍ତଶିଳା ଭୋଇଙ୍କୁ ସାପ କାମୁଡ଼ିଥିବା ଆଶଙ୍କା କରି ପରିବାର ଲୋକେ ପଦ୍ମପୁର ମେଡ଼ିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗୁଣିଆର ସାହାରା ନେଇଥିଲେ ଲୋକେ। ହେଲେ କାମଦେଲାନି ଝଡ଼ାଫୁଙ୍କା।

ଗୁଣିବିଦ୍ୟା ଉପରେ ଭରସା କରିବାର ଘଟଣା ରାଜ୍ୟରେ କିଛି ନୂଆ ନୁହେଁ । ଏବେ ବଡ଼ ପ୍ରଶ୍ନ ରାଜ୍ୟରେ କ୍ରମାଗତ ଭାବେ ସାମ୍ନାକୁ ଆସୁଥିବା ଏଭଳି ଅନ୍ଧବିଶ୍ୱାସର କାହାଣୀର ଅନ୍ତ କେବେ ? କାହିଁକି ସଚେତନତାର ଅଭାବ ରହୁଛି ?

Related story