ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ସିଟ୍ ଦୌଡ଼ରେ ଆଗୁଆ ଅଛି ବିଜେଡି। ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେପିକୁ ପଛେଇ ପକାଇ ରେସ୍ରେ ଆଗେଇ ଚାଲିଛି ବିଜେଡି। ସେହିପରି ତିର୍ତ୍ତୋଲରେ ମଧ୍ୟ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱର ବିଧାନସଭାରେ ବିଜେଡି ୬୧୫ ଭୋଟରେ ଆଗୁଆ ଥିବା ବେଳେ ୨ୟ ରାଉଣ୍ଡ ଶେଷ ସୁଦ୍ଧା ୧୦୫୮ ଭୋଟରେ ଆଗୁଆ ରହିଛି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩୪୨୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଖାତାରେ ପଡ଼ିଛି ୨୮୧୨ ଭୋଟ।
ତିର୍ତ୍ତୋଲ ବିଧାନସଭାରେ ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି। ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧, ୪୦୪ ଭୋଟ ମିଳିଥିବା ବେଳେ ବିଜେପିକୁ ୬୯୫୯ ଓ କଂଗ୍ରେସକୁ ମିଳିଛି ୧୬୭୭ ଭୋଟ।
ଜାଣନ୍ତୁ ବାଲେଶ୍ୱର ଉପ-ନିର୍ଵାଚନର ଟିକିନିଖି ଖବର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

Politics
ବିଜେଡିର ‘ଲଣ୍ଠନ’ ରାଜନୀତି: ସଂଗଠନ ଓ ବିଧାୟକ ମଧ୍ୟରେ ଫାଟ, ପୁଣି ଦିଲ୍ଲୀ ଗଲେ ନବୀନ
ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି ।

Politics
ଓଡ଼ିଶା ଛାଡ଼ିବେ ପାଣ୍ଡିଆନ: ବିଜେଡି ସମ୍ଭାଳିବେ ବବି, ନେତାଙ୍କ ତୁଣ୍ଡରେ ତୁଣ୍ଡି
ଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।