bls
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ସିଟ୍ ଦୌଡ଼ରେ ଆଗୁଆ ଅଛି ବିଜେଡି। ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେପିକୁ ପଛେଇ ପକାଇ ରେସ୍ରେ ଆଗେଇ ଚାଲିଛି ବିଜେଡି। ସେହିପରି ତିର୍ତ୍ତୋଲରେ ମଧ୍ୟ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱର ବିଧାନସଭାରେ ବିଜେଡି ୬୧୫ ଭୋଟରେ ଆଗୁଆ ଥିବା ବେଳେ ୨ୟ ରାଉଣ୍ଡ ଶେଷ ସୁଦ୍ଧା ୧୦୫୮ ଭୋଟରେ ଆଗୁଆ ରହିଛି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩୪୨୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଖାତାରେ ପଡ଼ିଛି ୨୮୧୨ ଭୋଟ।
ତିର୍ତ୍ତୋଲ ବିଧାନସଭାରେ ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି। ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧, ୪୦୪ ଭୋଟ ମିଳିଥିବା ବେଳେ ବିଜେପିକୁ ୬୯୫୯ ଓ କଂଗ୍ରେସକୁ ମିଳିଛି ୧୬୭୭ ଭୋଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/bls-2.jpg)