Advertisment

ମକଦ୍ଦମା ଧମକ ପରେ ଅପରାଜିତାଙ୍କ ଅଫିସ୍‌‌ ଖୋଲିଦେଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ଆଇନ୍‌ ଉଲ୍ଲଘଂନ ଅଭିଯୋଗରେ ୧୫ ଦିନ ପାଇଁ ବିଏମ୍‌ସି  ସିଲ୍‌ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍‌କୁ ମାତ୍ର ୮ ଦିନରେ ଖୋଲି ଦେଇଛି।  ଆଜି ପ୍ରେସ୍‌ମିଟ୍ କରି ସାଂସଦ ବିଏମ୍‌ସି ଉପରେ ବର୍ଷିବାର କିଛି ସମୟ ମଧ୍ୟରେ ତରବରିଆ ଭାବେ ଅପରାଜିତାଙ୍କ ପଳାସପଲ୍ଲୀ ଅଫିସ୍‌କୁ ଖୋଲି ଦିଆଯାଇଛି। ଆଜି ପ୍ରେସ୍‌ମିଟ୍‌ କରି ସାଂସଦ ଷଡଙ୍ଗୀ ବିଏମ୍‌ସି ଉପରେ ଗର୍ଜିବା ସହ କୋର୍ଟ ଯିବା ନିମନ୍ତେ ଚିନ୍ତା କରୁଥିବା ସୂଚାଇ ଦେଇଥିଲେ।  କ୍ଷମତା […]

ଅଦ୍ୟତନ ହୋଇଛି
ୱାନ ନେସନ୍, ୱାନ ଇଲେକ୍ସନ ପାଇଁ ବିଜେପିର ସଜବାଜ

aparajita sarangi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ଆଇନ୍‌ ଉଲ୍ଲଘଂନ ଅଭିଯୋଗରେ ୧୫ ଦିନ ପାଇଁ ବିଏମ୍‌ସି  ସିଲ୍‌ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍‌କୁ ମାତ୍ର ୮ ଦିନରେ ଖୋଲି ଦେଇଛି।  ଆଜି ପ୍ରେସ୍‌ମିଟ୍ କରି ସାଂସଦ ବିଏମ୍‌ସି ଉପରେ ବର୍ଷିବାର କିଛି ସମୟ ମଧ୍ୟରେ ତରବରିଆ ଭାବେ ଅପରାଜିତାଙ୍କ ପଳାସପଲ୍ଲୀ ଅଫିସ୍‌କୁ ଖୋଲି ଦିଆଯାଇଛି।

Advertisment

ଆଜି ପ୍ରେସ୍‌ମିଟ୍‌ କରି ସାଂସଦ ଷଡଙ୍ଗୀ ବିଏମ୍‌ସି ଉପରେ ଗର୍ଜିବା ସହ କୋର୍ଟ ଯିବା ନିମନ୍ତେ ଚିନ୍ତା କରୁଥିବା ସୂଚାଇ ଦେଇଥିଲେ।  କ୍ଷମତା ନଥାଇ ବିଏମସି କର୍ତ୍ତୃତ୍ୱ ଜାହିର୍ କରୁଥିବା ଅଭିଯୋଗ ଆଣିଥିଲେ। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍। ଏ ନେଇ ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା କହିଥିଲେ। ତାଙ୍କୁ କହିବାର ସୁଯୋଗ ନ ଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ଏପରି ପଦକ୍ଷେପ ନେଇଛି।

ତାଙ୍କ ଜନ୍ମଦିନ ଘଟଣା ଦିନ ଉପସ୍ଥିତ ତାଙ୍କର କୌଣସି ସମର୍ଥକ କିମ୍ବା ସେ ନିଜେ କୋଭିଡରେ ଆକ୍ରାନ୍ତ ହୋଇ ନାହାନ୍ତି ବୋଲି ଅପରାଜିତା କହିଥିଲେ। ଏଭଳି ସ୍ଥିତିରେ ପୂରା ଅଫିସକୁ ସିଲ୍ କରିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। ଏମିତିକି ଆଗାମୀ ଦିନରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ ଗଣମାଧ୍ୟମକୁ କହିଥିଲେ।

Advertisment

ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଥିଲା। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଥିଲା।

ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଫା ୪-ଏ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବାକଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍‌କୁ ତାଙ୍କ କାର୍ଯାଳୟ ୧୫ ଦିନ ପାଇଁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ଅଧିକ ପଢନ୍ତୁ: ‘ଓଟିଭି’ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ, ନିନ୍ଦା କଲା ଏଡିଟର୍ସ ଗିଲ୍ଡ

Odisha Politics Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe