drown
ବାଲୁଗାଁ (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ନିଖୋଜ ଥିବା ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଚିଲିକା ନାଭାଲ ବେସ୍ ନିକଟରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଗ୍ନିଶମ ଟିମ୍ ଓ ନାଭାଲ୍ ଟିମର ମିଳିତ ସର୍ଚ୍ଚ ଅପରେସନରେ ମୃତଦେହ ଠାବ କରାଯାଇଛି। ରାଜକିଶୋର କାଳିଜାଈରେ ଏକ ଦୋକାନରେ କାମ କରୁଥିଲେ।
ଗତକାଲି କାଳିଜାଈରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିଲା। ଡଙ୍ଗାରେ ୮ ଜଣ ପର୍ଯ୍ୟଟକ, ଦୁଇ ଜଣ ନାବିକ ଓ ଦୁଇଜଣ ସ୍ଥାନୀୟ ଲୋକ ଥିଲେ॥ ବାଲୁଗାଁ ପହଞ୍ଚିବାକୁ ୪ କିଲୋମିଟର ଦୂର ଥିବାବେଳେ ଚଢ଼େଇଗୁହା ପାହାଡ଼ ନିକଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଲାଇଫ ଗାର୍ଡ ଓ ପୁଲିସ ପହଞ୍ଚି ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ରାଜ କିଶୋର ନିଖୋଜ ହୋଇଯାଇଥିଲେ। ଗତକାଲିଠୁ ଅଗ୍ନିଶମ ଟିମ୍ ଓ ନାଭାଲ୍ ଟିମ ତାଙ୍କୁ ଖୋଜାଖୋଜି କରୁଥିଲେ। ଆଜି ତାଙ୍କ ମୃତଦେହ ମିଳିଥିଲା।
କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁ ଡଙ୍ଗାଟି ବୁଡ଼ି ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/APRIL-11-17.jpg)