ଗୋହିରା ଡ୍ୟାମରେ ଡଙ୍ଗା ବୁଡ଼ିଲା, ଜଣେ ନିଖୋଜ

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମରେ ହୁଲି ଡଙ୍ଗା ବୁଡ଼ି ଜଣେ ନିଖୋଜ ଅଛନ୍ତି । ଗତକାଲି ରାତିରେ ଡ୍ୟାମ ଦେଇ ୬ଜଣ ଠେଲକୋଗୁଡ଼ା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗାରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତିଜଣଙ୍କ ହେଲେ ତିଲେଇବଣୀ ବ୍ଲକ ବରଘାଟ ଗାଁର ଜଗନ୍ନାଥ ସିଂ। ତାଙ୍କୁ ଉଦ୍ଧାର ପାଇଁ ଆଜ ଭୋରରୁ ଦେବଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି […]

dev-1

Niharika Rout
  • Published: Saturday, 14 December 2019
  • , Updated: 14 December 2019, 02:23 PM IST

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମରେ ହୁଲି ଡଙ୍ଗା ବୁଡ଼ି ଜଣେ ନିଖୋଜ ଅଛନ୍ତି । ଗତକାଲି ରାତିରେ ଡ୍ୟାମ ଦେଇ ୬ଜଣ ଠେଲକୋଗୁଡ଼ା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା ।

ଡଙ୍ଗାରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତିଜଣଙ୍କ ହେଲେ ତିଲେଇବଣୀ ବ୍ଲକ ବରଘାଟ ଗାଁର ଜଗନ୍ନାଥ ସିଂ। ତାଙ୍କୁ ଉଦ୍ଧାର ପାଇଁ ଆଜ ଭୋରରୁ ଦେବଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।

ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିଲେ । ଅନ୍ୟ ୨ ଜଣ ପାଣି ଭିତରେ ଥିବା ଗୋଟିଏ ଗଛରେ ଲାଗିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।

Related story