ବିଚ୍ଛିନ୍ନାଞ୍ଚଳରୁ ସ୍ପିଲୱେ ଘାଟକୁ ପୁଣି ଚାଲିଲା ଭୁଟଭୁଟି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରୁ ସ୍ପିଲୱେ ଘାଟକୁ ପୁଣି ଥରେ ଭୁଟଭୁଟି ସେବା ଆରମ୍ଭ ହୋଇଛି। ଗତ ମାସ ୨୨ତାରିଖରେ ଏହି ସ୍ପେଲ୍ ୱେ ଘାଟରେ ଡଙ୍ଗା ଚାଳକ ସୋମା ପାଙ୍ଗିକୁ ମାଓବାଦୀ ଗୁଳିକରି ହତ୍ୟା କରିବା ପରେ  ଏହାରେ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ଅନ୍ୟ ଡଙ୍ଗା ଚାଳକମାନେ ଏତେ  ଭୟଭୀତ ହୋଇଯାଥିଲେ ଯେ  ଡଙ୍ଗା ଚଳାଉ ନ ଥିଲେ। କେବଳ ଗୋଟିଏ ମାତ୍ର ଲଞ୍ଚ ଯାଆସ କରୁଥିଲା। ଫଳରେ ୧୫୧ଟି ଗାଁର ପ୍ରାୟ ୩୦ […]

bbb

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 12:47 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରୁ ସ୍ପିଲୱେ ଘାଟକୁ ପୁଣି ଥରେ ଭୁଟଭୁଟି ସେବା ଆରମ୍ଭ ହୋଇଛି। ଗତ ମାସ ୨୨ତାରିଖରେ ଏହି ସ୍ପେଲ୍ ୱେ ଘାଟରେ ଡଙ୍ଗା ଚାଳକ ସୋମା ପାଙ୍ଗିକୁ ମାଓବାଦୀ ଗୁଳିକରି ହତ୍ୟା କରିବା ପରେ  ଏହାରେ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ଅନ୍ୟ ଡଙ୍ଗା ଚାଳକମାନେ ଏତେ  ଭୟଭୀତ ହୋଇଯାଥିଲେ ଯେ  ଡଙ୍ଗା ଚଳାଉ ନ ଥିଲେ। କେବଳ ଗୋଟିଏ ମାତ୍ର ଲଞ୍ଚ ଯାଆସ କରୁଥିଲା। ଫଳରେ ୧୫୧ଟି ଗାଁର ପ୍ରାୟ ୩୦ ହଜାରରୁ ଅଧିକ ଲୋକ ସମସ୍ୟା ଭୋଗୁଥିଲେ।

ଘଟଣାର ୧୫ଦିନ ପରେ ଗୋଟିଏ ଦୁଇଟି ଭୁଟଭୁଟି ଡଙ୍ଗା ଚଳାଚଳ ଆରମ୍ଭ କରିଛି।  ଆଗକୁ ଅଧିକ ଭୁଟଭୁଟି ଚାଲିଲେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।

https://youtu.be/gSs0PFJKg6s

Related story