Advertisment

ହାତ ଗୋଡ଼ ବାନ୍ଧି ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇଦେଲେ!

ଝାରସୁଗୁଡ଼ (ଭାଗୀରଥି ସାହୁ): ହାତ ଗୋଡ଼ ବାନ୍ଧି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି। ତେବେ ଏହି ହତ୍ୟାକାଣ୍ଡ କିଏ ଓ କେଉଁ ପରିସ୍ଥିତିରେ ଘଟାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଲଖନପୁର ଥାନା ଗ୍ରୀଣ୍ଡୋଲା ନିକଟସ୍ଥ ଝାରସୁଗୁଡ଼ା-ସୁନ୍ଦରଗଡ଼ ରାସ୍ତା ମଝିରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା। ସ୍ଥାନୀୟ […]

author-image
Manoranjan Sial
ଅଦ୍ୟତନ ହୋଇଛି
ହାତ ଗୋଡ଼ ବାନ୍ଧି ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇଦେଲେ!

lakhanpur

ଝାରସୁଗୁଡ଼ (ଭାଗୀରଥି ସାହୁ): ହାତ ଗୋଡ଼ ବାନ୍ଧି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି। ତେବେ ଏହି ହତ୍ୟାକାଣ୍ଡ କିଏ ଓ କେଉଁ ପରିସ୍ଥିତିରେ ଘଟାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଆଜି ସକାଳେ ଲଖନପୁର ଥାନା ଗ୍ରୀଣ୍ଡୋଲା ନିକଟସ୍ଥ ଝାରସୁଗୁଡ଼ା-ସୁନ୍ଦରଗଡ଼ ରାସ୍ତା ମଝିରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ହାତ ଗୋଡ଼ ବନ୍ଧା ଯାଇଥିବା ବେଳେ ମୁଣ୍ଡ ଉପରେ କୌଣସି ଗାଡ଼ିର ଚକା ତଳେ ଚପାଇ ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି ପୁଲିସ। ହତ୍ୟାକାଣ୍ଡ ସନ୍ଦେହ କରି ଲଖନପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବ୍ରଜରାଜନଗର SDPO, ଲଖନପୁର ଇନ୍ସପେକ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆଗକୁ ପଢ଼ନ୍ତୁ : ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

Murder Crime