ବଲାଙ୍ଗିର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସତ୍ୟ ମଲ୍ଲିକ। ତାଙ୍କ ଘର ଧୁମାମରା ଗାଁରେ। ଗତକାଲି ରାତି ପ୍ରାୟ ୧୨ଟା ବେଳେ ହଠାତ୍ ସେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏକ ଦୁଷ୍କର୍ମ ମାମଲାରେ ଗତ ଦେଢ଼ […]

bolangir

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 12:08 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସତ୍ୟ ମଲ୍ଲିକ। ତାଙ୍କ ଘର ଧୁମାମରା ଗାଁରେ।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ହଠାତ୍ ସେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏକ ଦୁଷ୍କର୍ମ ମାମଲାରେ ଗତ ଦେଢ଼ ବର୍ଷ ହେଲା ସତ୍ୟ ଜଣେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ।

Related story