ପୋଲ ତଳକୁ ଖସି ପଡ଼ିଲା ଇଟା ବୋଝେଇ ଡମ୍ପର,ଚାଳକ ମୃତ
- Published: Saturday, 14 October 2017
- , Updated: 14 October 2017, 12:24 PM IST
<p>ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାର ଗଉଡୁଣିପୋଶ ପୋଲରେ ଏକ ଇଟା ବୋଝେଇ ଡମ୍ପର ଭାରସାମ୍ୟ ହରାଇ ୫୦ଫୁଟ୍ ତଳକୁ ଖସି ପଡ଼ିଛି। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।</p>
<p>ଦୁର୍ଘଟଣା ପରେ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା</p>