ଭାଇର ମୃତ୍ୟୁଫାଶରେ ପଡ଼ିଥିଲା ଭଉଣୀ, ଦୋଷ ଲୁଚାଇବାକୁ ରଚିଥିଲା ଦୁଷ୍କର୍ମ ନାଟକ

ଅଭିଯୁକ୍ତ

girl

girl

Manoranjan Sial
  • Published: Saturday, 08 January 2022
  • Updated: 08 January 2022, 04:57 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର): ଇଏ ଭାଇ ନା ସୈତାନ୍‌! ବାର୍‌ହା ଶିକାର ପାଇଁ ବିଛାଇଲା ମୃତ୍ୟୁର ଫାସ୍‌, ଆଉ ସେଥିରେ ପଡ଼ିଯାଇଥିଲା ଭଉଣୀ। ଆଉ ସେଥିରୁ ମୁକୁଳିବା ପାଇଁ ଭଉଣୀ ଦେହରୁ ଲୁଗା ଖୋଲି ଦୁଷ୍କର୍ମର ଅଭିଯୋଗ ଆଣିଥିଲା। ଭାଇ ଓ ସମ୍ପର୍କୀୟ ଭାଇର ଏହି ଚାଲ୍‌ କିନ୍ତୁ ଧରା ପକାଇ ଦେଇଥିଲା ଭଉଣୀର ଶବ ବ୍ୟବଚ୍ଛେଦ ରିପୋର୍ଟ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା ଅଭିଯୋଗ ଆସିବା ପରେ ପୁଲିସ୍‌ର ସନ୍ଦେହୀ ଆଖି ଯାଇଥିଲା ପରିବାର ଲୋକଙ୍କ ଉପରକୁ। ଏପରି ଲୋମଟାଙ୍କୁରା ଦୃଶ୍ୟ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି।

ବାର୍‌ହା ଶିକାର ପାଇଁ ଡିସେମ୍ୱର ୩୦ ତାରିଖରେ ଚିଲିଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ବିଛା ଯାଇଥିଲା ୧୧ କେଭିର ବିଦ୍ୟୁତ ତାର। ସେହି ତାର ବିଛାଇଥିଲେ ଚିଲିଗୁଡ଼ା ଗାଁର ସୁଭଦ୍ରା ଅମାନତ୍ୟଙ୍କ ଭାଇ, ସମ୍ପର୍କୀୟ ଭାଇ ଓ ପଡ଼ୋଶୀ! କିନ୍ତୁ ଏ ସମ୍ପର୍କରେ ଜାଣିନଥିଲେ ସୁଭଦ୍ରା। ସନ୍ଧ୍ୟା ବେଳେ ସେ ତାଙ୍କ ପ୍ରେମିକଙ୍କୁ ଦେଖା କରିବା ପାଇଁ ସେହି ଜଙ୍ଗଲକୁ ଚାଲି ଯାଇଥିଲେ। ଦୁର୍ଭାଗ୍ୟକୁ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଥିଲେ ସୁଭଦ୍ରା। ହେଲେ ବିଜୁଳି ଫାସରୁ ବାହାରି ପାରିନଥିଲେ। ସେହିଠାରେ ଚାଲି ଯାଇଥିଲା ତାଙ୍କ ଜୀବନ।

ତା’ପର ଦିନ ଅର୍ଥାତ ୩୧ ତାରିଖ ଭୋରୁ ସମୟରେ ଶିକାରୀମାନେ ସେଠାକୁ ଯାଇଥିଲେ। ବିଦ୍ୟୁତ ଆଘାତରେ ବାର୍‌ହା ବଦଳରେ ସୁଭଦ୍ରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଶିକାରୀଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା। କଣ କରିବେ, କଣ କରିବେ ଭାବି ଭାବି ମୃତଦେହକୁ ଅନ୍ୟତ୍ର ନେଇଯାଇଥିଲେ। ସେଠାରେ ସୁଭଦ୍ରାଙ୍କ ମୃତଦେହରୁ ଲୁଗା ଖୋଲିଦେଇ ଅନାବନା ଝାବ ଭିତରେ ପୂରାଇ ଦେଇଥିଲେ। ସୁଭଦ୍ରାଙ୍କ ସମ୍ପର୍କରେ ସବୁ ଜାଣି ଚୁପ୍‌ ରହିଥିଲେ ପରିବାର ଲୋକ।

ଗତ ୨ ତାରିଖରେ ସୁଭଦ୍ରାଙ୍କ ମୃତଦେହ ବୁଦା ମୂଳରୁ ମିଳିଥିଲା। ଏହା ପରେ ପରିବାର ଲୋକେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା।

ସେପଟେ ଘଟଣାକୁ ଗୁରୁତର ସହ ନେଇ ମାମଲାର ତଦନ୍ତ ପାଇଁ କୋରାପୁଟ୍‌ ଏସ୍‌ପି ବରୁଣ ଗୁଣ୍ଠପାଲି ଏକ ଟିମ୍‌ ଗଠନ କରିଥିଲେ। ଅଭିଯୋଗ ଆସିଥିବା ସୁଭଦ୍ରାଙ୍କ ପ୍ରେମିକଙ୍କୁ ଜେରା କରିଥିଲା ପୁଲିସ୍‌। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲା। ତେବେ ଶବ ବ୍ୟଚ୍ଛେଦ ରିପୋର୍ଟ ପୁଲିସ୍‌ର ତଦନ୍ତକୁ ଦିଗ ଦେଖାଇଥିଲା।

ଶବ ବ୍ୟବଚ୍ଛେଦରେ ଦୁଷ୍କର୍ମ ହୋଇନଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସର ସନ୍ଦେହ ଆଖି ପରିବାର ଓ ସାହି ପଡ଼ିଶାଙ୍କ ଉପରେ ପଡ଼ିଥିଲା। ପୁଲିସ ସୁଭଦ୍ରାଙ୍କ ଭାଇ, ସମ୍ପର୍କୀୟ ଭାଇ ଓ ଅନ୍ୟମାନଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏହା ପରେ ପୁଲିସ୍‌ ସୁଭଦ୍ରାଙ୍କ ଭାଇ, ସମ୍ପର୍କୀୟ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସ୍ୱୀକାର ମଧ୍ୟ କରିଛନ୍ତି। ବାକି ୪ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଥିବା କୋରାପୁଟ ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story