ବ୍ରାହ୍ମଣଙ୍କୁ ଖୁସି କରିବାକୁ ଗଠନ ହୋଇପାରେ ‘ବ୍ରାହ୍ମଣ ୱେଲଫେୟାର କର୍ପୋରେସନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାହ୍ଣଣମାନଙ୍କ କଲ୍ୟାଣ ପାଇଁ ଓଡ଼ିଶାରେ ଗଠନ ହୋଇପାରେ ‘ବ୍ରାହ୍ମଣ ୱେଲଫେୟାର କର୍ପୋରେସନ’। ଏନେଇ ଆରମ୍ଭ ହୋଇଛି ପ୍ରାରମ୍ଭିକ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବ୍ରାହ୍ଣଣ ଇଣ୍ଟରନ୍ୟାସନାଲ ସଂଗଠନର ଦାବି ପରେ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି ବିଚାର ବିମର୍ଶ। ଏନେଇ ଆଲୋଚନା ପାଇଁ ସାଧାରଣ ପ୍ରଶାସନ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବୈଠକ ଡାକିଛି। ବ୍ରାହ୍ଣଣ ଇଣ୍ଟରନ୍ୟାସନାଲ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ବ୍ରାହ୍ଣଣ ସଂସ୍କୃତି ଓ ଧର୍ମକୁ ସୁରକ୍ଷିତ ରଖିବାକୁ […]

Bramhin

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାହ୍ଣଣମାନଙ୍କ କଲ୍ୟାଣ ପାଇଁ ଓଡ଼ିଶାରେ ଗଠନ ହୋଇପାରେ ‘ବ୍ରାହ୍ମଣ ୱେଲଫେୟାର କର୍ପୋରେସନ’। ଏନେଇ ଆରମ୍ଭ ହୋଇଛି ପ୍ରାରମ୍ଭିକ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବ୍ରାହ୍ଣଣ ଇଣ୍ଟରନ୍ୟାସନାଲ ସଂଗଠନର ଦାବି ପରେ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି ବିଚାର ବିମର୍ଶ। ଏନେଇ ଆଲୋଚନା ପାଇଁ ସାଧାରଣ ପ୍ରଶାସନ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବୈଠକ ଡାକିଛି। ବ୍ରାହ୍ଣଣ ଇଣ୍ଟରନ୍ୟାସନାଲ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ବ୍ରାହ୍ଣଣ ସଂସ୍କୃତି ଓ ଧର୍ମକୁ ସୁରକ୍ଷିତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଅଣ ବ୍ରାହ୍ଣଣମାନଙ୍କଠାରୁ ବ୍ରାହ୍ମଣଙ୍କ ଆୟ କମ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା ଅଧିକ ବୋଲି ଏଥିରେ ଦର୍ଶାଯାଇଛି। ଅନେକ ବ୍ରାହ୍ଣଣ ପରିବାର ଦାରିଦ୍ର୍ୟ ସୀମା ରେଖା ତଳେ ଅଛନ୍ତି। ତେଣୁ ବ୍ରାହ୍ଣଣଙ୍କ କଲ୍ୟାଣ ପାଇଁ ବ୍ରାହ୍ଣଣ ୱେଲଫେୟାର କର୍ପୋରେସନ ଗଠନ ନେଇ ବ୍ରାହ୍ଣଣ ଇଣ୍ଟର ନ୍ୟାସନାଲ ଦାବି କରିଛି। ଏହା କେବଳ ପ୍ରସ୍ତାବ ସ୍ତରରେ ରହିଥିବା ଜଣାପଡ଼ିଛି।

କିଛି ଦିନ ତଳେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବ୍ରାହ୍ଣଣଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ହୁଲୁସ୍ତୁଲ ହୋଇଥିଲା। ରାସ୍ତାକୁ ଓହ୍ଲାଇଥିଲା ବ୍ରାହ୍ମଣ ସମାଜ। ବିରୋଧ, ବିବାଦ ବଢିବା ପରେ ଦାମଙ୍କୁ ପ୍ରଥମେ ମନ୍ତ୍ରିମଣ୍ଡଳ ଓ ପରେ ଦଳର ଉପସଭାପତି ପଦରୁ ବିଦା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏବେ ପ୍ରସ୍ତାବ ମିଳିବା କ୍ଷଣି ବ୍ରାହ୍ଣଣ କଲ୍ୟାଣ କୋର୍ପୋରେସନ ଗଠନ ନେଇ ଆଗକୁ ବଢିଛନ୍ତି ରାଜ୍ୟ ସରକାର।

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ହିମାଚଳପ୍ରଦେଶ ଭଳି ରାଜ୍ୟରେ ବ୍ରାହ୍ମଣଙ୍କ କଲ୍ୟାଣ ଲାଗି ସ୍ୱତନ୍ତ୍ର କର୍ପୋରେସନ ରହିଛି। ଓଡିଶାରେ ଅନସୂଚିତ ଜାତି, ଜନାଜାତିଙ୍କ କଲ୍ୟାଣ ପାଇଁ କର୍ପୋରେସନ୍ ରହିଥିଲେ ମଧ୍ୟ ବ୍ରାହ୍ଣଣଙ୍କ ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ। ତେବେ ସରକାରଙ୍କ ପଦକ୍ଷେପ ଆଗାମୀ ଦିନରେ କାଷ୍ଟ ପଲିଟିକ୍ସକୁ କେଉଁ ଦିଗରେ ନେଉଛି ତାହା ଦେଖିବା କଥା।

କିଏ କଣ କହୁଛନ୍ତି

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସଦା ବାହୀନପତି କହିଛନ୍ତି-“ଭୋଟ ପାଇଁ ନବୀନ ପଟ୍ଟନାୟକ ସବୁ କିଛି କରିପାରିବେ। ସେମାନଙ୍କୁ କେବଳ ଭୋଟ୍‌ ଦରକାର। ୨୦୧୯ ସେମାନେ ଓଲଟିଯିବେ ଏହାକଥା ଜାଣି ସେ ଏପରି ପଲିଟିକ୍ସ ଖେଳୁଛନ୍ତି। ଏହାପରେ ଆହୁ ବହୁ ସମାଜ ଗଠନ କରିବେ।”

ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି-“ବ୍ରାହ୍ମଣ ୱେଲଫେୟାର କର୍ପୋରେସନ ଗଠନ ହେବ ଓ କିଛି ଲୋକ ନିଯୁକ୍ତି ପାଇବେ। ଏହା ଦ୍ୱାରା ବ୍ରାହ୍ମଣଙ୍କର କିଛି ଉନ୍ନତି ହେବ ନାହିଁ। ଏହା କେବଳ ଭୋଟ୍‌ ପଲିଟିକ୍ସ ଛାଡ଼ ଅନ୍ୟ କିଛି ନୁହେଁ।”

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି-“ଚାକିରି କ୍ଷେତ୍ରରେ ସଂରକ୍ଷଣ ଦରକାର ନାହିଁ, ସାମାଜିକ ସୁବିଧା ସୁଯୋଗ ପାଇଁ ବ୍ରାହ୍ମଣ ୱେଲଫେୟାର କର୍ପୋରେସନ ଗଠନ କରାଯାଉଛି। ଭୋଟ୍‌ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଏପରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏଥିରେ କିଛି ନୂଆ କଥା ନାହିଁ।”

Related story