ବ୍ରେଲି ବହି ପଢ଼ିବେ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଗାମୀ ବର୍ଷଠାରୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ । ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍‌ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ  ଏହି ମେସିନ୍ କିଣା ଯାଇଥିବା ଜଣାଯାଇଛି। ଗୋଟିଏ ସେକେଣ୍ଡରେ ଏହି ମେସିନ୍‌ରେ ୧୬ଟି ଅକ୍ଷର ଛପାଯାଇ ପାରିବ । ଆସନ୍ତାବର୍ଷଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ […]

brelli-1-1..

Niharika Rout
  • Published: Friday, 04 October 2019
  • , Updated: 04 October 2019, 09:10 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଗାମୀ ବର୍ଷଠାରୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ । ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍‌ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ  ଏହି ମେସିନ୍ କିଣା ଯାଇଥିବା ଜଣାଯାଇଛି। ଗୋଟିଏ ସେକେଣ୍ଡରେ ଏହି ମେସିନ୍‌ରେ ୧୬ଟି ଅକ୍ଷର ଛପାଯାଇ ପାରିବ ।

ଆସନ୍ତାବର୍ଷଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରଥମଠାରୁ ଦଶମ ଶ୍ରେଣୀ ଯାଏଁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ବ୍ରେଲି ପାଠ୍ୟପୁସ୍ତକ । ହେଲେ ଯୁକ୍ତ ଦୁଇରେ ଆଡମିଶନ୍ ବେଳକୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ  ଏହି ସୁବିଧା ପାଇପାରୁ ନ ଥିଲେ। ଫଳରେ ଅନୋନ୍ୟପାୟ ହୋଇ ଛାତ୍ରଛାତ୍ରୀ କଲେଜରେ ରିଡ଼ର, ଟେପ୍ ରେକର୍ଡର ଦ୍ୱାରା ପାଠ ପଢ଼ୁଥିଲେ।

Related story