Advertisment

ଘର ତୋଳିଲେ ୯ ମିଟର ଚଉଡ଼ା ରାସ୍ତା ରଖିବାକୁ ବାଧ୍ୟ, ଦେବାକୁ ପଡ଼ିବ ଜମି ମୂଲ୍ୟର ୩୦% ଅର୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ହେବ ସହରାଞ୍ଚଳରେ ଘର ନିର୍ମାଣ। ଦେବାକୁ ପଡ଼ିବ ଜମି ମୂଲ୍ୟର ୩୦ ପ୍ରତିଶତ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ଏହି ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ଘର ତୋଳିବାକୁ ସ୍ୱପ୍ନ ଦେଖୁଥିବା ଲୋକେ। ଗତ ୨୧ ତାରିଖରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ଏହି ସଂଶୋଧିତ ଡ୍ରାଫ୍ଟ ପଲିସି। ଏହାଦ୍ୱାରା ୨୦୧୭ ମସିହା ପରେ ଯେଉଁମାନେ ୯ ମିଟରରୁ କମ୍ […]

ଅଦ୍ୟତନ ହୋଇଛି
ଘର ତୋଳିଲେ ୯ ମିଟର ଚଉଡ଼ା ରାସ୍ତା ରଖିବାକୁ ବାଧ୍ୟ, ଦେବାକୁ ପଡ଼ିବ ଜମି ମୂଲ୍ୟର ୩୦% ଅର୍ଥ

home

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ହେବ ସହରାଞ୍ଚଳରେ ଘର ନିର୍ମାଣ। ଦେବାକୁ ପଡ଼ିବ ଜମି ମୂଲ୍ୟର ୩୦ ପ୍ରତିଶତ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ଏହି ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ଘର ତୋଳିବାକୁ ସ୍ୱପ୍ନ ଦେଖୁଥିବା ଲୋକେ। ଗତ ୨୧ ତାରିଖରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ଏହି ସଂଶୋଧିତ ଡ୍ରାଫ୍ଟ ପଲିସି।

Advertisment

ଏହାଦ୍ୱାରା ୨୦୧୭ ମସିହା ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ। କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟ୍‌ରୁ ଅତି କମ୍‌ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି ରାସ୍ତା ଚଉଡ଼ା କମ୍ ଥିବ, ତେବେ ଏହାକୁ ୯ ମିଟର କରିବା ଲାଗି ଜମି ମାଲିକଙ୍କୁ ମାଗଣାରେ ଜାଗା ଦେବାକୁ ପଡିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ପ୍ଲାନ ଆପ୍ରୁଭାଲ ବା କଂପାଉଣ୍ଡିଂ ଫି’ ବାବଦକୁ  ଜମି ବେଞ୍ଚମାର୍କ ମୂଲ୍ୟର ୧୫ ପ୍ରତିଶତ ଦେବାକୁ ହେବ। ଅର୍ଥାତ ଯଦି ଜଣେ ୨୦ ଲକ୍ଷ ଟଙ୍କାର ଜମି କିଣୁଛନ୍ତି, ତାହେଲେ ତାଙ୍କୁ ପ୍ଲାନ ଆବେଦନ ବେଳେ କଂପାଉଣ୍ଡିଂ ଫି ବାବଦକୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ। ତା ସହ ଅନ୍ୟାନ୍ୟ ଫି ମଧ୍ୟ ରହିଛି।

ହିସାବ ଅନୁସାରେ ଯଦି ଜଣେ ୧୨ ଶହ ସ୍କୋୟାର ଫୁଟ ଜମିକୁ ୨୫ ଲକ୍ଷ ଟଙ୍କାରେ କିଣିଥିବେ, ତେବେ ପ୍ଲାନ ଅନୁମୋଦନ ପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ଦେବାକୁ ପଡିବ। ଅର୍ଥାତ ଜମି ମୂଲ୍ୟର ୩୦ ପ୍ରତିଶତ କେବଳ ପ୍ଲାନ ଅନୁମୋଦନରେ ଖର୍ଚ୍ଚ ହୋଇଯିବ।

Advertisment

ମଧ୍ୟବିତ୍ତଙ୍କ ଉପରେ ବେଡି ଉପରେ କରୋଡା ସଦୃଶ ଆଉ ଏକ କ୍ଲଜ୍ ହେଉଛି, ଜଣେ ଯେତିକି ଜମି କିଣିଥିବେ, ତାକୁ ଫ୍ଲୋର ଏରିଆ ବିବେଚନା କରି  ପ୍ଲାନ ଆପ୍ରୁଭାଲ ହେବ। ଅର୍ଥାତ୍ ଜଣେ ୧୨ଶହ ବର୍ଗଫୁଟ ଜମି କିଣି ୮ ଶହ ବର୍ଗଫୁଟ୍‌ ଘର କଲେ ମଧ୍ୟ ତାଙ୍କୁ ୧୨ଶହ ବର୍ଗ ଫୁଟ ହିସାବରେ ଫି’ ଦେବାକୁ ପଡିବ।

ତେବେ ଅଭିଯୋଗ ଓ ପ୍ରସ୍ତାବ ଦାଖଲ ଲାଗି ୧୫ ଦିନ ସମୟ ଦେଇଛି ନଗର ଉନ୍ନୟନ ବିଭାଗ। କୌଣସି ଅଭିଯୋଗ ନ ଆସିଲେ ୧୫ ଦିନ ପରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଡ୍ରାଫ୍ଟ ପଲିସିକୁ ନେଇ ପ୍ରକାଶ ପାଇଛି ପ୍ରବଳ ଜନ ଅସନ୍ତୋଷ ଡ୍ରାଫ୍ଟ ପଲିସି ଘର ଖଣ୍ଡେ ତୋଳିବାକୁ ଯୋଜନା କରିଥିବା ଲୋକଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଥିବା ଅଭିଯୋଗ ଉଠିଛି। ତେଣୁ ପ୍ରବଳ ଜନ ଅସନ୍ତୋଷ ଓ ବିରୋଧ ଭିତରେ ଡ୍ରାଫ୍ଟ ପଲିସିର ଭବିଷ୍ୟତ କଣ ହେଉଛି ଦେଖିବାର କଥା।

ତେବେ ନୂଆ ଡ୍ରାଫ୍ଟ ପଲିସି ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe