ଗଛରେ ପିଟି ହେଲା ବସ୍‌, ୧୮ ଆହତ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଭୋରରେ ‘ସୁଜନ’ ନାମକ ଏକ ଘରୋଇ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ସମସ୍ତ ଆହତଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନେ ସୁବର୍ଣ୍ଣପୁର, ବୌଦ୍ଧ, ଭୁବନେଶ୍ୱର ଓ ବଲାଙ୍ଗିର ଅଞ୍ଚଳର ବୋଲି […]

accident

Jyoshna Pradhan
  • Published: Sunday, 26 May 2019
  • , Updated: 26 May 2019, 10:03 AM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ଭୋରରେ ‘ସୁଜନ’ ନାମକ ଏକ ଘରୋଇ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା।

ସମସ୍ତ ଆହତଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନେ ସୁବର୍ଣ୍ଣପୁର, ବୌଦ୍ଧ, ଭୁବନେଶ୍ୱର ଓ ବଲାଙ୍ଗିର ଅଞ୍ଚଳର ବୋଲି ଜଣାପଡ଼ିଛି। ବସ୍‌ଟି ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିଲା।

ଜଣେ ଆହତ ଯାତ୍ରୀ କହିଛନ୍ତି,“ ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଶୋଇପଡ଼ିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ ପାରେ ବୋଲି ଆମେ ଅନୁମାନ କରୁଛୁ।”

Related story