ଘର ଭିତରେ ପଶିଗଲା ଯାତ୍ରୀବାହୀ ବସ୍‌

ବାରିପଦା (ମାନିକ ଲାଲ ପାଣି): ଘର ଭିତରେ ପଶିଗଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। କିନ୍ତୁ ବସ୍‌ ଭିତରେ ଥିବା ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅଞ୍ଚଳରେ ଘଟିଛି। ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଆସୁଥିବା ‘ଅପୁ’ ବସ୍‌ ଭାରସାମ୍ୟ ହରାଇ ୪୯ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁଷ୍ମନ୍ତ ସିଂଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା। […]

Baripada

Baripada

Manoranjan Sial
  • Published: Tuesday, 25 January 2022
  • Updated: 25 January 2022, 07:21 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ଘର ଭିତରେ ପଶିଗଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। କିନ୍ତୁ ବସ୍‌ ଭିତରେ ଥିବା ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅଞ୍ଚଳରେ ଘଟିଛି।

ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଆସୁଥିବା ‘ଅପୁ’ ବସ୍‌ ଭାରସାମ୍ୟ ହରାଇ ୪୯ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁଷ୍ମନ୍ତ ସିଂଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୬ ଜଣ। ସେପଟେ ବସ୍‌ ଭିତରେ ଥିବା ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରାଇରଙ୍ଗପୁର ଥାନା ପୁଲିସ ମିଳିତ ଭାବେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ କିଛି ଦିନ ହେଲାଣି ଅଣ ଅସାରିଆ ରାସ୍ତା ଯୋଗୁ ବାଙ୍ଗିରିପୋଷି ଘାଟି ନିକଟରେ ବାରମ୍ବାର ଦୁର୍ଘଟଣା ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos