Advertisment

ଅଢେଇ ମାସ ପରେ ଆଜିଠୁ ରାଜ୍ୟ ବ୍ୟାପୀ ଗଡ଼ିଲା ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିଲା ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ବସ୍‌ ଚଳାଚଳ ପାଇଁ  ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ  ଉତ୍ସାହିତ ଅଛନ୍ତି । ଲକ୍‌ଡାଉନ୍‌ରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ । ଏବେ କିନ୍ତୁ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଅଢେଇ ମାସ ପରେ ଆଜିଠୁ ରାଜ୍ୟ ବ୍ୟାପୀ ଗଡ଼ିଲା ବସ୍‌

bus runs in state

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିଲା ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ବସ୍‌ ଚଳାଚଳ ପାଇଁ  ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ  ଉତ୍ସାହିତ ଅଛନ୍ତି ।

Advertisment

ଲକ୍‌ଡାଉନ୍‌ରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ । ଏବେ କିନ୍ତୁ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି ।  ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସ୍‌କୁ ସାନିଟାଇଜ୍ କରାଯାଉଛି ।

ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ  ।

Advertisment

ସେହିପରି ଆଜିଠୁ ୧୬ଟି ରୁଟ୍‌ରେ ମୋ ବସ୍‌ ବି ଗଡ଼ିବା ଆରମ୍ଭ କରିଛି। ପ୍ରାଥମିକ  ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ। କୌଣସି ଯାତ୍ରୀଙ୍କୁ ଠିଆହୋଇ ଯିବାକୁ ଅନୁମତି ଦିଆଯିବ ନାହଁ । ଯା  

ସେହିପରି ଆଜିଠୁ ୧୬ଟି ରୁଟ୍‌ରେ ମୋ ବସ୍‌ ବି ଗଡ଼ିବା ଆରମ୍ଭ କରିଛି। ପ୍ରାଥମିକ  ପର୍ଯ୍ୟାୟରେ ୮୭ଟି ବସ ତ୍ରୀମାନଙ୍କୁ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ମୋ ବସରେ ଚଢିବାକୁ ଦିଆଯିବ ନାହିଁ।

ସପ୍ତାହାନ୍ତରେ ମୋ ବସ୍‌ ସେବା ବନ୍ଦ ରହିବ। କିନ୍ତୁ  ଉକ୍ତ ୨ ଦିନ ଏୟାରପୋର୍ଟ ଓ ଟ୍ରେନ ଷ୍ଟେଶନରୁ ମୋ ବସ୍‌ ସେବା ଚାଲୁ ରହିବବୋଲି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ କୁହାଯାଇଛି।

COVID Guideline