ଶ୍ରୀରାଧା କୃଷ୍ଣଙ୍କୁ ସମର୍ପିତ ହେଲା ୮୨୧ ପ୍ରକାର ବ୍ୟଞ୍ଜନ

ପୁରୀ(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇପ୍ରକାର ନୁହେଁ। ଭଳିକି ଭଳି ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଆଜି ବ୍ୟଞ୍ଜନ ଦ୍ଵାଦଶୀରେ ଭୋଗ ଲାଗିଛି। ପୁରୀ ବଳିଆ ପଣ୍ତା ସ୍ଥିତ ଗୌରବିହାର ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି। ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରସ୍ତୁତ ୮୨୧ ପ୍ରକାର ସ୍ୱାଦିଷ୍ଟ […]

Puri

  • Published: Monday, 05 December 2022
  • , Updated: 05 December 2022, 05:52 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇପ୍ରକାର ନୁହେଁ। ଭଳିକି ଭଳି ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଆଜି ବ୍ୟଞ୍ଜନ ଦ୍ଵାଦଶୀରେ ଭୋଗ ଲାଗିଛି। ପୁରୀ ବଳିଆ ପଣ୍ତା ସ୍ଥିତ ଗୌରବିହାର ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି।

ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରସ୍ତୁତ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଛି ସାଧା, ମିଠା କାନିକା, ଖେଚେଡ଼ି ଓ ଘିଅଅନ୍ନ ପରି ୨୧ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୧୨୬ ପ୍ରକାର ତରକାରି, ୧୬୧ ପ୍ରକାର ଚଟଣି, ୫୦ ପ୍ରକାରର ସାଗ, ମୁଗ, ୧୦୮ପ୍ରକାରର ଭଜା, ବିଭିନ୍ନ ପ୍ରକାରର ବଡ, ବଡି ଓ ପାମ୍ପଡ ଆଦି ଭୋଗ ଲାଗିଛି। ଏଥର ୬୦ରୁ ଅଧିକ ବେଙ୍ଗଲି ବ୍ୟଞ୍ଜନ ଭୋଗ ଲାଗି ହୋଇଛି। ଗୌରବିହାର ଆଶ୍ରମ ପରିସରରେ ସବୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

https://youtu.be/cVA3GmQq70Q

Related story