୫ ବର୍ଷ ବିତିଲାଣି, ଘରୋଇ ଡିଲରଙ୍କ କବଜାରେ ସରକାର: ପୁଣି ବଢ଼ିଲା ୬ମାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ବା ବେସରକାରୀ ଡିଲରଙ୍କ ପରିବର୍ତ୍ତେ ଆନୁଷ୍ଠାନିକ ଡିଲରଙ୍କ ମାଧ୍ୟମରେ ସୁଲଭ ମୂଲ୍ୟ ଦୋକାନ ପରିଚାଳିତ କରିବାକୁ ପ୍ରାବଧାନ ରହିଛି। କିନ୍ତୁ ଓଡ଼ିଶା ସରକାର ଗତ ସାଢ଼େ ୫ବର୍ଷ ଧରି ଘରୋଇ ଡିଲରଙ୍କ କବଜାରୁ ନିଜକୁ ମୁକ୍ତ କରିପାରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ପୁଣିଥରେ ବେସରକାରୀ ଡିଲରଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ […]

pds

pds

Ordigital Desk
  • Published: Monday, 11 October 2021
  • Updated: 11 October 2021, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ବା ବେସରକାରୀ ଡିଲରଙ୍କ ପରିବର୍ତ୍ତେ ଆନୁଷ୍ଠାନିକ ଡିଲରଙ୍କ ମାଧ୍ୟମରେ ସୁଲଭ ମୂଲ୍ୟ ଦୋକାନ ପରିଚାଳିତ କରିବାକୁ ପ୍ରାବଧାନ ରହିଛି। କିନ୍ତୁ ଓଡ଼ିଶା ସରକାର ଗତ ସାଢ଼େ ୫ବର୍ଷ ଧରି ଘରୋଇ ଡିଲରଙ୍କ କବଜାରୁ ନିଜକୁ ମୁକ୍ତ କରିପାରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ପୁଣିଥରେ ବେସରକାରୀ ଡିଲରଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଚାରୂ ରୂପେ ଚାଲୁ ରଖିବା ପାଇଁ ଆଉ ୬ମାସ ଅବଧି ବୃଦ୍ଧିକୁ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ-୨୦୧୬ର ଧାରା-୪(୬)ରେ ନିର୍ଦ୍ଧାରଣ କରାଯାଇଥିବା ସମୟ ସୀମାର ଅବଧିକୁ ସାଢ଼େ ୫ବର୍ଷରୁ ୬ବର୍ଷକୁ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ଏହାଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ପୂର୍ଣ୍ଣ ମାତ୍ରାରେ ସୁଚାରୂ ରୂପେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏବେ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ୧୩,୭୦୯ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ସମ୍ପାଦିତ ହେଉଛି। ଏହି ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ୬୪୮୦ଟି ଆନୁଷ୍ଠାନିକ ଡିଲର ଓ ବାକି ୭୨୨୨୯ଟି ବେସରକାରୀ ଡିଲର ବା ଘରୋଇ ଡିଲର ରହିଛନ୍ତି। ନୂଆ ଲାଇସେନ୍ସ କିମ୍ବା ପୂର୍ବରୁ ପ୍ରଦାନ କରାଯାଇଥିବା ଲାଇସେନ୍ସର ନବୀକରଣ ପ୍ରକ୍ରିୟା ବିଧିମାନ୍ୟତା ସମୟସୀମା ସମାପ୍ତିର ୪୫ଦିନ ପୂର୍ବରୁ ଅର୍ଥାତ୍ ଫେବୃୟାରୀ ୧୫ତାରିଖରୁ ଆରମ୍ଭ ହୋଇଥାଏ । ଯେଉଁ ଡିଲରମାନଙ୍କ ବିରୁଦ୍ଧରେ ଖାଉଟିମାନଙ୍କର ଅଭିଯୋଗ ନଥାଏ ଅବା ସେମାନଙ୍କ ବିରୁଦ୍ଧରେ ଜରୁରୀ ଦ୍ରବ୍ୟ ଆଇନ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନଥାଏ ସେହି ଡିଲରମାନଙ୍କ ଲାଇସେନ୍ସଗୁଡ଼ିକର ପୁନଃ ନବୀକରଣ କରାଯାଇଥାଏ।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ଅର୍ଥ କମିଶନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରୋଇ ଡିଲରଙ୍କ ଉଚ୍ଛେଦ କରି ଆନୁଷ୍ଠାନିକ ଡିଲର ନିଯୁକ୍ତି ଦେବାକୁ ସୁପାରିଶ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି । କାହିଁକି ଗତ ସାଢ଼ ୫ବର୍ଷ ହେଲା ଘରୋଇ ଡିଲରଙ୍କ ସେବା ଅବଧି ବୃଦ୍ଧି କରି ଚାଲିଛନ୍ତି । ଏହି ଘରୋଇ ଡିଲରମାନଙ୍କୁ ଅସନ୍ତୁଷ୍ଟ କଲେ ତୃଣମୂଳସ୍ତରରେ ଶାସକ ବିଜେଡିର ଭୋଟବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା କରି ସରକାର ଏଭଳି ଅବଧି ବୃଦ୍ଧି କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story