ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୧-୨୨କୁ କ୍ୟାବିନେଟ ମଞ୍ଜୁରୀ: ୭୭ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୧-୨୨’କୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୧-୨୨ ଖରିଫ ବିପଣନ ବର୍ଷରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅବା ୭୭ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରେ ଖରିଫ ଋତୁରେ ୬୩ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ […]

paddy

paddy

Ordigital Desk
  • Published: Monday, 11 October 2021
  • Updated: 11 October 2021, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୧-୨୨’କୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୧-୨୨ ଖରିଫ ବିପଣନ ବର୍ଷରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅବା ୭୭ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରେ ଖରିଫ ଋତୁରେ ୬୩ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ। ଏହାଠୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠୁ ମଣ୍ଡିକୁ ଆସିବ ତାକୁ ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ ଓ ବିଭାଗୀୟ ମନ୍ତ୍ରୀ ଏହି ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରିପାରିବେ ବୋଲି କ୍ୟାବିନେଟ୍ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଆଜିର କ୍ୟାବିନେଟ ବୈଠକରେ ମୋଟ ୧୭ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଖରିଫ ବିପଣନ ବର୍ଷ ୨୦୨୧-୨୨ରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅବା ୭୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୦-୨୧ରେ ମୋଟ ୭୭.୩୩ଲକ୍ଷ ମେଟ୍ରିକ ଟନ୍ ଧାନ ଅବା ୫୨.୩୫ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରାଯାଇଥିଲା। ୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ଓ ୨୦୨୨ ମେ’ରୁ ଜୁନ୍ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ। ଏହି ସମୟସୀମା ମଧ୍ୟରେ ଜିଲ୍ଲାଗୁଡ଼ିକ ସେମାନଙ୍କର ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ। ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଓ ୧୯୬୦ଟଙ୍କା ହାରରେ ଚାଷୀଙ୍କଠୁ ଧାନ କିଣା ଯିବ। କେବଳ ପଞ୍ଜିକୃତ ଚାଷୀଙ୍କଠୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ। ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକମାତ୍ର ପରିଚୟ ପତ୍ର। ଧାନ ବିକ୍ରି ସମୟରେ ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ କରାଯିବ। ଗତବର୍ଷ ଭଳି ପଞ୍ଜିକୃତ ଚାଷୀଙ୍କୁ ମୋବାଇଲ୍ ଫୋନ୍ ମଶଧ୍ୟମରେ ଧାନ କ୍ରୟର ସବିଶେଷ ତଥ୍ୟ ଆଗୁଆ ଜଣାଇ ଦିଆଯିବ । ଧାନ ବିକ୍ରିର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ । ଓଡ଼ିଶା ଯୋଗାଣ ନିଗମ, ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ଏସଏଚଜି ଓ ପାଣି ପଂଚାୟତଗୁଡ଼ିକ ମଧ୍ୟରେ ଧାନ ସଂଗ୍ରହ କରିପାରିବେ ।

ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ବର୍ଷକୁ ପ୍ରାୟ ୨୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ ପଡ଼ୁଥିବାବେଳେ ବାକି ସଂଗୃହୀତ ଚାଉଳକୁ ଏଫସିଆଇକୁ ପ୍ରଦାନ କରାଯାଇଥାଏ ।
ସୂଚନାଯୋଗ୍ୟ, ୨୦୨୦-୨୧ ଖରିଫ ବର୍ଷରେ ମୋଟ ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ଅବା ୪୮ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍‌ତୁ ଏହାଠୁ ଅଧିକ ସଂଗୃହୀତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story