ଆଜି କ୍ୟାବିନେଟ ବୈଠକ, ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ନେଇପାରନ୍ତି ବଡ଼ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନିର୍ଦ୍ଦିଷ୍ଟ କେଉଁ ଏଜେଣ୍ଡା ରହିଛି ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ବିଧାନସଭା ମୌସୁମୀ ଅଧିବେଶନ ଚାଲୁଥିବାରୁ ଏହାକୁ ଗୁପ୍ତ ରଖାଯାଇଥିବା ସୂଚନା ମିଳିଛି। ବମିଖାଲ ଓଭରବ୍ରିଜ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଘଟଣାରେ ସରକାର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏପରିକି ସଂପୃକ୍ତ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇ ଟେଣ୍ଡର ବାତିଲ କରିପାରନ୍ତି। ଏଥିସହ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 10:45 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନିର୍ଦ୍ଦିଷ୍ଟ କେଉଁ ଏଜେଣ୍ଡା ରହିଛି ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ବିଧାନସଭା ମୌସୁମୀ ଅଧିବେଶନ ଚାଲୁଥିବାରୁ ଏହାକୁ ଗୁପ୍ତ ରଖାଯାଇଥିବା ସୂଚନା ମିଳିଛି।

ବମିଖାଲ ଓଭରବ୍ରିଜ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଘଟଣାରେ ସରକାର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏପରିକି ସଂପୃକ୍ତ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇ ଟେଣ୍ଡର ବାତିଲ କରିପାରନ୍ତି। ଏଥିସହ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ସର୍ବନିମ୍ନ ଦରମାହାର ନିର୍ଦ୍ଧାରଣ ପ୍ରସଙ୍ଗ କ୍ୟାବିନେଟରେ ଆଲୋଚନା ହୋଇପାରେ।

Related story