ମାଓବାଦୀ କବଳରେ ନୁହେଁ ମଉଜ କରୁଥିଲେ ବିଦେଶୀ!

ମାଲକାନଗିରି: ଦୁଇ ଦିନ ତଳେ ନିଖୋଜ ହୋଇଥିବା କାନାଡ଼ା ନାଗରିକ ଜନ୍‌ଙ୍କୁ ଠାବ କରିଛି ପୋଲିସ। ଜନ୍‌ ଛତିଶଗଡ଼ ସୁକମା ଜିଲ୍ଲା ପୁନମପାଲିରେ ସାଇକେଲରେ ପରିଭ୍ରମଣ କରୁଥିବା ବେଳେ ସାଦା ପୋଷାକରେ ମୁତୟନ ଥିବା ପୋଲିସ ଚିହ୍ନି ଥିଲେ। ଏନେଇ ଆଜି ସୂଚନା ଦେଇଛନ୍ତି ସୁକମା ଏସ୍‌ପି ଅଭିଷେକ ମୀନା। ଦୁଇ ଦିନ ତଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାର ଜଙ୍ଗଲରୁ ଜନ୍‌ ନିଖୋଜ ହୋଇଯାଇଥିଲେ। ତାଙ୍କୁ ମାଓବାଦୀ ଅପହରଣ କରିନେଇଥିବା ବିଭିନ୍ନ ଗଣମାଧ୍ୟମରେ […]

canadean

Rakesh Mallick
  • Published: Wednesday, 29 March 2017
  • , Updated: 29 March 2017, 06:36 PM IST

ମାଲକାନଗିରି: ଦୁଇ ଦିନ ତଳେ ନିଖୋଜ ହୋଇଥିବା କାନାଡ଼ା ନାଗରିକ ଜନ୍‌ଙ୍କୁ ଠାବ କରିଛି ପୋଲିସ। ଜନ୍‌ ଛତିଶଗଡ଼ ସୁକମା ଜିଲ୍ଲା ପୁନମପାଲିରେ ସାଇକେଲରେ ପରିଭ୍ରମଣ କରୁଥିବା ବେଳେ ସାଦା ପୋଷାକରେ ମୁତୟନ ଥିବା ପୋଲିସ ଚିହ୍ନି ଥିଲେ। ଏନେଇ ଆଜି ସୂଚନା ଦେଇଛନ୍ତି ସୁକମା ଏସ୍‌ପି ଅଭିଷେକ ମୀନା।

ଦୁଇ ଦିନ ତଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାର ଜଙ୍ଗଲରୁ ଜନ୍‌ ନିଖୋଜ ହୋଇଯାଇଥିଲେ। ତାଙ୍କୁ ମାଓବାଦୀ ଅପହରଣ କରିନେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ପରେ ଓଡ଼ିଶା ଓ ଛତିଶଗଡ଼ ପୋଲସ ଜନଙ୍କୁ ଉଦ୍ଧାରରେ ଲାଗି ପଡିଥିଲେ।

Related story